ସାମ୍ବାଦିକ କଲ୍ୟାଣ ଯୋଜନା ମାର୍ଗଦର୍ଶିକା ସମୀକ୍ଷା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ କମିଟି ଗଠିତ

ନୂଆଦିଲ୍ଲୀ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ବିଶିଷ୍ଟ ସାମ୍ବାଦିକ ତଥା ପ୍ରସାର ଭାରତୀ ସଦସ୍ୟ ଶ୍ରୀ ଅଶୋକ କୁମାର ଟଣ୍ଡନଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ କଲ୍ୟାଣ ଯୋଜନାର ବର୍ତମାନ ନିୟମାବଳୀର ଅନୁଧ୍ୟାନ ପାଇଁ ଏକ ଦଶଜଣିଆ କମିଟି ଗଠନ କରିଛି । ମନ୍ତ୍ରଣାଳୟ ଦ୍ୱାରା ସାମ୍ବାଦିକ କଲ୍ୟାଣ ଯୋଜନା ଦେଇଥିବା ନିର୍ଦ୍ଦେଶାବଳୀ ତର୍ଜମା କରିବା ସହ ଆବଶ୍ୟକ ସୁପାରିଶ ଏହି କମିଟି କରିବ । ଗଣମାଧ୍ୟମରେ ପରିବର୍ତନ ତଥା କୋଭିଡ-୧୯ ଯୋଗୁଁ ଅନେକ ସାମ୍ବାଦିକଙ୍କ ପ୍ରାଣହାନୀ ଓ କାର୍ଯ୍ୟରତ ସାମ୍ବାଦିକ ସଂଜ୍ଞାରେ ଅନେକ ପରିବର୍ତନ ପରିପ୍ରେକ୍ଷୀରେ ଏହି ନିଷ୍ପତି ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ । ଦେଶରେ ବହୁଦିନରୁ ରହିଆସିଥିବା ସାମ୍ବାଦିକ କଲ୍ୟାଣ ଯୋଜନା ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବଂ ସାମ୍ବାଦିକମାନଙ୍କ ସୁବିଧା ଦୃଷ୍ଟିରୁ ସମୀକ୍ଷାର ଆବଶ୍ୟକତା ରହିଛି । ପେଶାଗତ, ନିରାପତା, ସ୍ୱାସ୍ଥ୍ୟ ଓ କାର୍ଯ୍ୟାବସ୍ଥା ସଂହିତା ୨୦୨୦ ଲାଗୁ ହେବା ପରେ ଉଭୟ ପାରମ୍ପରିକ ଓ ଡିଜିଟାଲ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସଂଜ୍ଞା ପରିସର ବ୍ୟାପକ ହୋଇଯାଇଛି । ଯୋଜନା ଅଧୀନରେ କଲ୍ୟାଣମୂଳକ ସୁବିଧା ସୁଯୋଗ ଅଧିସ୍ୱୀକୃତ ଓ ଅଣସ୍ୱୀକୃତ ସାମ୍ବାଦିକ ମଧ୍ୟରେ ସମାନ ଆଣିବା ପାଇଁ ଏହି ଯୋଜନାର ପୁନଃ ଅନୁଧ୍ୟାନ ଆବଶ୍ୟକତା ଉପୁଜିଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିକଟରେ ସକ୍ରିୟ ପଦକ୍ଷେପ ନେଇ କୋଭିଡ-୧୯ ଯୋଗୁଁ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କ ପରିବାରକୁ ଆର୍ôଥକ ସହାୟତା ପ୍ରଦାନ କରିଛି । ଶହେରୁ ଉର୍ଦ୍ଧ୍ୱ ସାମ୍ବାଦିକଙ୍କ ପରିବାରକୁ ପ୍ରତ୍ୟେକ ପାଂଚ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।କମିଟି ଦୁଇମାସ ମଧ୍ୟରେ ଏହାର ରିପୋର୍ଟ ପ୍ରଦାନ କରିବ । ଏହାର ସୁପାରିଶ ଗୁଡିକ ସରକାରଙ୍କୁ ସାମ୍ବାଦିକଙ୍କ ସୁବିଧା ନିମନ୍ତେ ମାର୍ଗଦର୍ଶିକା ତିଆରିରେ ସାହାଯ୍ୟ କରିବ । ଶ୍ରୀ ଅଶୋକ କୁମାର ଟଣ୍ଡନଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ମୂର୍ତି (ଦି ୱିକର ଆବାସିକ ସମ୍ପାଦକ), ମୁକ୍ତ ସାମ୍ବାଦିକ ଶ୍ରୀ ଶେଖର ଆୟାର, ନ୍ୟୁଜ ୧୮ର ଶ୍ରୀ ଅମିତାଭ ସିହ୍ନା,ବିଜିନେସ୍ ଲାଇନର ଶ୍ରୀ ଶିଶିର କୁମାର ସିହ୍ନା, ଜୀ ନ୍ୟୁଜର ସ୍ୱତନ୍ତ୍ର ସମ୍ବାଦଦାତା ଶ୍ରୀ ରବିନ୍ଦର କୁମାର, ପାଂଚଜନ୍ୟର ସମ୍ପାଦକ ଶ୍ରୀ ହିତେଶ ଶଙ୍କର, ହିନ୍ଦୁସ୍ତାନ ଟାଇମ୍ସର ଶ୍ରୀମତୀ ସ୍ମିତୀ କାକ୍ ରାମଚନ୍ଦ୍ରନ, ଟାଇମ୍ସ ନାଓଁର ଶ୍ରୀ ଅମିତ କୁମାର, ଇକନମିକ ଟାଇମ୍ସର ଶ୍ରୀମତୀ ବସୁଧା ଭେନୁଗୋପାଳ ଏବଂ ପତ୍ରସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀମତୀ କାଂଚନ ପ୍ରସାଦ ସଦସ୍ୟ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ