ଗଞ୍ଜାମ ପୋଲିସ୍ ଜିଲ୍ଲାର ଦୁଇ ଅଧିକାରୀ ପାଇବେ ମୁଖ୍ୟମନ୍ତ୍ରୀ ପଦକ
ଛତ୍ରପୁର (ଦେବଦତ୍ତ ମହାରଣା) : ଗଞ୍ଜାମ ପୋଲିସ୍ ଜିଲ୍ଲାର ଦୁଇ ଅଧିକାରୀ ପାଇବେ ମୁଖ୍ୟମନ୍ତ୍ରୀ ପଦକ । ପୋଲିସ୍ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ସାଙ୍ଗକୁ ତଦନ୍ତରେ ଉତ୍କର୍ଷତା ପ୍ରଦାନ କରିଥିବା ନେଇ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଏବଂ ପୁରୁଷୋତ୍ତମପୁର ଥାନାର ସେକେଣ୍ଡ ଅଫିସର (ସବ ଇନ୍ସିପେକ୍ଟର) ତରୁଲତା ବେହେରା ଏହି ପଦକ ନିମନ୍ତେ ଚୟନ ହୋଇଛନ୍ତି । ଏନେଇ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଟୁଇଟ ଯୋଗେ ସୂଚନା ଦେବା ସହ ଦୁଇ ଅଧିକାରୀଙ୍କୁ ଅଭିନନ୍ଦନ ଜଣ।।ଇଛନ୍ତି ।


