ଆକ୍ରମଣକାରୀଙ୍କୁ ଗିରଫ ଦାବୀରେ ଏନଏସି କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଓ କଲମଛାଡ ଆନ୍ଦୋଳନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ଏନଏସି କର୍ମଚାରୀ ଭବାନୀ ଶଙ୍କର ଦୋରାଙ୍କୁ ମରଣାତ୍ମକ ଆକ୍ରମଣକୁ ନେଇ ଆଜି ବାଲିଗୁଡା ଏନଏସି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ କଲମ ଛାଡ ଆନ୍ଦୋଳନ କରିବା ସହ କାର୍ଯ୍ୟାଳୟକୁ ତାଲା ପକାଇ ଧାରଣାରେ ବସିଛନ୍ତି । ଏମାନଙ୍କ ଦାବୀ ି ଯେ ଗତ ୨ ତାରିଖ ଦିବା ୧୦ଟା୩୦ମିନିଟ ସମୟରେ କାର୍ଯ୍ୟାଳୟର ମୁକ୍ତା ପ୍ରକୋଷ୍ଠରେ ଏକ ଠିକାଦାରୀ କାର୍ଯ୍ୟକୁ ନେଇ ଯୁକ୍ତିତର୍କ ହୋଇଥିଲା ଓ ଏହାପରେ ଦିବା ୧.୩୦ମିନିଟ ସମୟରେ ବସଷ୍ଟାଣ୍ଡ ନିକଟ ରାସ୍ତାରେ ଯେ୍ାଜନା ବଦ୍ଧଭାବେ ମରଣାତ୍ମକ ଆକ୍ରମଣ କରିଛନ୍ତି । ।ଏଣୁ ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟକରିବା ଅସୁରିକ୍ଷିତ ଅଟେ । ଏଣୁ ଅନୁରୋଧ କରୁକି ଅପରାଧ କରିଥିବା ଅପରାଧିଙ୍କୁ ୨୪ଘଣ୍ଟା ମଧ୍ୟରେ ଗିରଫକରାନଗଲେ ପରିଷଦର ସମସ୍ତ କର୍ମଚାରୀ ଆଜି ଠାରୁ ଏହାର ପ୍ରତିବାଦରେ କାର୍ଯ୍ୟବନ୍ଦ ସହିତ କଲମଛାଡ ଆନ୍ଦୋଳନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଏନଏସିର ସମସ୍ତ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ଥିଲେ । ବାଲିଗୁଡା ଏନଏସିର କର୍ମଚାରୀ ଭବାନୀ ଶଙ୍କର ଦୋରାଙ୍କୁ ଗତକାଲି ସହରେ ଥିବା ବସଷ୍ଠାଣ୍ଡ ନିକଟରେ କିଛି ଯୁବକ ମିଶି ମରଣାତ୍ମକ ଆକ୍ରମଣ କରିଛନ୍ତି । ଯାହାଫଳରେ ଏନଏସି କର୍ମଚାରୀ ଭବାନୀ ଶଙ୍କର ଦୋରା ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ ଡାକ୍ତର ପ୍ରଥାମିକ ଚିକିତ୍ସା କରାଇବା ପରେ ଶ୍ରୀ ଦୋରା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛିା


