ନୂତନ ତହସିଲଦାରଙ୍କ ଯୋଗଦାନ
ହାଟଡିହି, (ବିକାଶ ବିଶ୍ୱାଳ): ହାଟଡିହି ତହସିଲରେ ନୁତନ ତହସିଲଦାର ଭାବେ ଦିଲ୍ଲିପ କୁମାର ସାହୁ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି । ଏଠାରେ ପୁର୍ବରୁ ତହସିଲଦାର ଭାବେ କାର୍ଯ୍ୟକରୁଥିବା କିର୍ତ୍ତନ ବିହାରୀ ଓଝା ଚାକିରୀରୁ ଅବସର ନେବାପରେ ଆନନ୍ଦପୁର ତହସିଲଦାର ତପନ କୁମାର ନାୟକ ଏହାର ଦାୟିତ୍ୱ ତୁଲାଇ ଆସୁଥିଲେ । ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଦିଲ୍ଲିପ କୁମାର ସାହୁଙ୍କୁ ହାଟଡିହି ତହସିଲର ତହସିଲଦାର ଭାବେ ନିଯୁକ୍ତ କରାଯିବାପରେ ସେ ଆଜି ଆସି କାର୍ଯ୍ୟରେ ଯୋଗଦେଇଛନ୍ତି । ତହସିଲଦାର ତପନ କୁମାର ନାୟକ ତାଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିଥିଲେ । ଏହି ଅବସରରେ ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ ଓ ଅନ୍ୟ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସେ ଲଘୁଜାତ ଖଣିଜ ପଦାର୍ଥ ଚୋରୀ ରୋକିବା ସହିତ ସାଧାରଣ ଲୋକଙ୍କ ଜମିିଜମା ସମସ୍ୟା ସୁଧାରିବା ଦିଗରେ ପ୍ରାଥମିକତା ଦେବେ ବୋଲି କହିଛନ୍ତି ।


