ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଦୁଇ ମୃତ, ଜଣେ ଗୁରୁତର

ଭଣ୍ଡାରିପୋଖରୀ (ଦୁର୍ଯ୍ୟୋଧନ ଲେଙ୍କା); ଭଣ୍ଡାରିପୋଖରୀ ଥାନା କହରାପୋଖରୀ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିବାରୁ ଦୁଇଜଣ ଯୁବକ ମୃତ୍ୟୁ ବରଣ କରିଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଦକ୍ଷିଣବାଡ ଗ୍ରାମର ପିତାମ୍ବର ବିଶ୍ୱାଳ(୩୨) ଓ ତାଙ୍କର ଦୁଇ ସାଙ୍ଗଙ୍କ ସହ ଓଡି୨୨ପି୪୬୨୩ ପଲସର ଗାଡିରେ ଗତ ଶୁକ୍ରବାର ରାତିପ୍ରାୟ ୧୦.୩୦ମି. ସମୟରେ ଭଦ୍ରକରୁ ଘରକୁ ଫେରୁଥିଲେ । ଏହି ସମୟରେ ୧୬ନଂ ଜାତୀୟ ରାଜପଥର କହରାପୋଖରୀ ଠାରେ ଠିଆ ହୋଇଥିବା ଟ୍ରକଟିକୁ ମୋଟରସାଇକେଲଟି ଧକ୍କା ଦେଇଥିଲା । ଦୁର୍ଘଟଣା ଯୋଗୁ ମୋଟରସାଇକେଲରେ ଆସୁଥିବା ତିନିଜଣ ଯୁବକ ଆହତ ହୋଇ ରାସ୍ତା ଉପରେ ଛଟପଟ ହେଉଥିବାବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲ ନେଇଥିଲା । ମେଡିକାଲରେ ପିତାମ୍ବର ଓ ଚନ୍ଦ୍ରଭାନୁପୁର ଗ୍ରାମର ଦୀପ ପାତ୍ର ମୃତ୍ୟୁବରଣ କରିଥିବା ଡାକ୍ତର ଘୋଷଣା କରିଥିବାବେଳେ ଅନ୍ୟଜଣେ ଯୁବକ ଦକ୍ଷିଣବାଡ ଗ୍ରାମର ଦେବେଶ ସାହୁଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା । ଦୁର୍ଘଟଣା ନେଇ ଥାନାରେ ଅଭିଯୋଗ ହୋଇଥିବାବେଳେ ପୁଲିସ ପକ୍ଷରୁ ୨୭୩/୨୧ରେ ମାମଲା ରୁଜ୍ଜୁ ହୋଇଛି । ଦୁର୍ଘଟଣା ସ୍ଥଳରୁ ଟ୍ରକଟି ଫେରାର ହୋଇଯାଇଥିବାବେଳେ ମୋଟରସାଇକେଲଟିକୁ ପୁଲିସ ଜବତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ