ମୁଖ୍ୟ ଶାସନ ସଚିବ ଗଜପତି ଗସ୍ତ କଲେ ହେଲେ ବିବାଦୀୟ ମାଣିକପାଟଣା ଗଲେ ନାହିଁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତ ଜିଲ୍ଲା ରାୟଗଡ ବ୍ଲକରେ ଥିବା ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିକୁ ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗସ୍ତ କରିଥିବା ଜଣାପଡିଛି । କିନ୍ତୁ ସେ ବିବାଦୀୟ ଅଞ୍ଚଳ ଭାବେ ପରିଚିତ ରାୟଗଡ ବ୍ଲକର ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣାକୁ ଗସ୍ତ ନକରି ଫେରିଯାଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ଅସନ୍ତଷ ଦେଖା ଦେବା ସହ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଅଛି । ପ୍ରକାଶଥାଉକି ଗଙ୍ଗାବାଡ ପଞ୍ଚାୟତ ମାଣକପଟାଣା ଗ୍ରାମରେ ୨୦୧୨ ମସହିରେ ଏକ ମନି ଅଙ୍ଗନବାଡି କେନ୍ଦ୍ର ଆନ୍ଧ୍ର ପକ୍ଷରୁ ଓଡିଶା ମାଟିରେ ଖୋଲି ତାହାର ଦାଦାଗିରି ଜାହିର କରିଥିଲା । ତାହାକୁ ଗଜପତି ଜିଲ୍ଲା ପ୍ରଶାସନ ଜାଣିବା ପରେ ଉକ୍ତ କେନ୍ଦ୍ରକୁ ବନ୍ଦ କରିଥିଲା । ଏହାପରେ ଗତ ଦୁଇଦିନ ପୂର୍ବେ ଆନ୍ଧ୍ର ମନ୍ତ୍ରୀଙ୍କ ସମତେ ଶ୍ରୀକାକୁଲମ ଜିଲ୍ଲା ଅଧିକାରୀ ଉକ୍ତ ସ୍ଥାନରେ ପହଞ୍ଚ ସେହି ଅଙ୍ଗନବାଡିର ତାଲା ଭାହ୍‌ଗି ଖୋଲିଥିଲେ ଏବଂ ଏହା ସହ ସେଠାରେଥିବା ଗଜପି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସହ ଯୁକ୍ତିତର୍କ କରିବା ସହ ତାଙ୍କୁ ଧମକଚମକ ଦେଇ ତାଙ୍କୁ ବାନ୍ଧ୍ ନେଇଯିବ ବୋଲି ଚେତାବନୀ ଦେଇଥିଲେ । ଉକ୍ତ ଘଟଣା ଘଟି ଆଜକୁ ତିନିଦିନ ବିତିଗଲାଣି କିନ୍ତୁ ଓଡିଶା ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ । ଯାହା ଫଳରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ରାଜ୍ୟରେ ମୁଖ୍ୟ ଶାସନ ସଚିବ ଉକ୍ତ ବିବାଦୀୟ ବ୍ଲକ ଗ୍ସତ କରିଥିଲେ ମଧ୍ୟ ସେ ଅଞ୍ଚଳ ଗସ୍ତ ନକରି ଫେରିଯାଇଥିବା ବେଳେ ରାଜ୍ୟ ସରକାରଙ୍କ ସୀମା ବିବାଦର ସାମନା କରିବା ଦିଗରେ ଅଞ୍ଚଳବାସୀ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ