ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ସହ ଜନ୍ମଦିନ ପାଳିଲେ ଅଙ୍କିତା

ବାଲେଶ୍ୱର,(ସରୋଜ ପଣ୍ଡା): ପ୍ରତିବର୍ଷ ଭଳି ଯୁବ ସମାଜସେବୀ ଅଙ୍କିତା କଳ୍ପସା   ସହରର ରାଣୀପାଟଣାସ୍ଥିତ ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଜନ୍ମଦିନ ଶନିବାର ପାଳନ କରିଛନ୍ତି । ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ସହ ଜନ୍ମଦିନ କେକ କାଟିବା ସହ ସମସ୍ତଙ୍କୁ ସୁଷମ ଖାଦରେ ସେ ଆପ୍ୟାୟିତ କରିଛନ୍ତି । ସମାଜର ଭିନ୍ନକ୍ଷମ ତଥା ଅବହେଳିତ ବର୍ଗଙ୍କ ସହ ଜନ୍ମଦିନ ପାଳନ କରି ସେ ଅପରା ଆନନ୍ଦ ପାଆନ୍ତି ବୋଲି ଅଙ୍କିତା କହିଛନ୍ତି । ଆଗାମୀ ଦିନରେ ବି ଏହି ଧାରା ବଜାୟ ରଖିବେ ବୋଲି ସେ ଦୂଚନା ଦେଇଛନ୍ତି । ଅଙ୍କିତାଙ୍କ ଏଭଳି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଦିବାକର ସ । ଘର ପରିବାରଠାରୁ ଦୂରରେ ରହୁଥିବା ଏହି ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ସହ ସମୟ ବିତାଇବା ଭଳି ଉଚ୍ଚ ବିଚାର ଅନ୍ୟାମାନଙ୍କ ପାଇଁ ଉଦାହରଣ ହୋଇପାରିଛି ବୋଲି ସେ ମତ ପ୍ରକାଶ କରିଛନ୍ତି । ଅଙ୍କିତା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ଜନ୍ମଦିନ ପାଳନ କାର୍ଯ୍ୟକ୍ରମରେ ଅଙ୍କିତାଙ୍କ ମାଆ ରଶ୍ମିଦାସ, ଭଉଣୀ ଇତ୍ୟାଶା ସ, ରୀତିକା ସ, ଇସ୍ମିତା ସଙ୍କ ସମେତ ସମ୍ପାଦକ ଅନୀଲ ପ୍ରଧାନ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ