ପାରଳା ସୌମ୍ୟ ମୃତ୍ୟୁ ମାମଲା: ଆଜି ହେବ ବିଦ୍ୟାଭାରତୀଙ୍କ ଲାଏ ଡିଟେକସନ୍ ଟେଷ୍ଟ !

ଭୁବନେଶ୍ୱର: ପାରଳାଖାମୁଣ୍ଡି ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ଆଜି ହୋଇପାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକସନ୍ ଟେଷ୍ଟ । ଭୁବନେଶ୍ୱର ସ୍ଥିତ ଷ୍ଟେଟ୍ ଫରେନସିକ୍ ଲାବରେ ଟେଷ୍ଟ ହୋଇପାରେ । ପୂର୍ବରୁ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ଲାଏ ଡିଟେକସନ୍ ଟେଷ୍ଟ ହୋଇଛି ।
ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ, ଗଜପତି ଡିଏଫଓ ଏବଂ ରୋଷେୟାଙ୍କ ନାଁରେ ମାମଲା ରୁଜୁ କରିଥିଲେ ସୌମ୍ୟଙ୍କ ବାପା । ଏମାନଙ୍କ ନାଁରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଦଫା ଲାଗିଛି । ପୂର୍ବରୁ ଏହି ତିନି ଜଣଙ୍କୁ ଜେରା କରିବା ସହ ବୟାନ ରେକର୍ଡ କରିଥିଲା କ୍ରାଇମବ୍ରାଞ୍ଚ । ଏବେ ଲାଏ ଡିଟେକସନ୍ ଟେଷ୍ଟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ