ଗାଧୋଇବାକୁ ଯାଇ ନଦୀରେ ନିଖୋଜ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ତଥା ପୁରୁଷୋତମପୁର ଥାନା ପୁଟିଆପଦର ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀରେ ରବିବାର ପୂର୍ବାହ୍ନ୍ନରେ ଗାଧୋଇବାକୁ ଯାଇ ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଜଣକ ହେଲେ ନନ୍ଦିକ ଗ୍ରାମର ମିଟୁ ଦାସ(୩୦) । ମିଟୁ ଅନ୍ୟ ମାନଙ୍କ ସହ ରବିବାର ପୂର୍ବାହ୍ନରେ ପୁଟିଆପଦର ନିକଟ ଋଷିକୂଲ୍ୟା ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀରେ ଗାଧୋଉଥିବା ବେଳେ ଅସାବଧାନତ ବଶତଃ ନଦୀ ସୁଅରେ ଭାସି ଯାଇଥିଲେ । ସେଠାରେ ଉପସ୍ଥିତ ଅନ୍ୟ ବ୍ୟକ୍ତିମାନେ ମିଟୁଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଏଥି ନେଇ ହିଞ୍ଜିଳିକାଟୁ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଛନ୍ତି । ଖବର ଲେଖା ସୁଦ୍ଧା ଦମକଳ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ନିଖୋଜ ଯୁବକଙ୍କ ସନ୍ଧାନ ମିଳିନଥିବା ଅଗ୍ନିଶମ ବାହିନୀ ଭାରପ୍ରାପ୍ତ ଅଧିକାରୀ ଗୈତମ ସାହୁଙ୍କ ସୁତ୍ରରୁ ପ୍ରକାଶ ।


