୫ଟି ମାଧ୍ୟମରେ ଗୁମ୍ମା ଉଚ୍ଚ ବିଦ୍ୟାଳୟର ସ୍ମାର୍ଟକ୍ଲାସ ଯୁଧ୍ୟକାଳୀନ ଭିତ୍ତିରେ ଚାଲିଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ଜଣାଶୁଣା । ଏମିତି ଏକ ଉପାନ୍ତ ଅଞ୍ଚଳରେ ସ୍ମାର୍ଟକ୍ଲାସ ବା ସେକାଳର ଛଣ ଘର ଆଜିର ସ୍ମାର୍ଟସ୍କୁଲ ଏହା ବିଶ୍ୱାସ ହେଉ ନ ଥିଲେ ବି ସତ ।ରାଜ୍ୟ ସରକାରଙ୍କ ୫ଟି ମାଧ୍ୟମରେ ଜିଲ୍ଲାର କେତୋଟି ବିଦ୍ୟାଳୟ ସ୍ମାର୍ଟକ୍ଲାସ ଭାବେ କାର୍ଯ୍ୟକାରୀ ହେଉଥିବା ବେଳେ ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ସେଥିମଧ୍ୟରୁ ଅନ୍ୟତମ । ଏନେଇ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା କିଛି ଦିନ ତଳେ ଏହି ସ୍ମାର୍ଟକ୍ଲାସର ଅନୁଧ୍ୟାନ କରିଥିଲେ । ୫ଟି ହାଇସ୍କୁଲ ରୂପାନ୍ତରଣ ମାଧ୍ୟମରେ ସ୍କୁଲର ରୂପରେଖ ପରିବର୍ତ୍ତନ କରି ଗାଁ ପିଲାଙ୍କୁ ସ୍ମାର୍ଟସ୍କୁଲରେ ପଢ଼ିବାର ସୁଯୋଗ ଆଣିଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟକ୍ଲାସ କାର୍ଯ୍ୟ ଯୁଧକାଳୀନ ଭିତରେ ଚାଲିଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ଧରି ବିଡ଼ିଓ ନଟବର ଗରଡ଼ା ଓ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟ ସୁରୁଖୁରୁରେ ଚାଲିଛି । ବିଦ୍ୟାଳୟର ସନ୍ଦର୍ଯ୍ୟକରଣ କାର୍ଯ୍ୟ ସହ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ଅସ୍ଥାୟୀ ଉଠା ଦୋକାନୀକୁ ହଟେଇ ନୂତନ ମାର୍କେଟ ହାଟପଦାକୁ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ଯେପରି ଉଚ୍ଚ ମାନର ଶିକ୍ଷା ଗ୍ରହଣ କରିବେ ସେହି ଉଦ୍ଦେଶ୍ୟ ନେଇ ବିଦ୍ୟାଳୟ ଗୁଡିକୁ ପୁନରୁଦ୍ଧାର ସହ ଉଚ୍ଚ ମାନର ଶିକ୍ଷା ଗ୍ରହଣ କରିପାରିବା ସହ ସରକାରୀ ବିଦ୍ୟାଳୟରେ ଯେମିତି ଅଧିକା ଛାତ୍ରଛାତ୍ରୀ ମାନେ ପଡ଼ିବେ ବୋଲି ଏହି କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ନବୀନ ସରକାର । ଓଡ଼ିଶାର ଛାତ୍ରଛାତ୍ରୀ ଘରେଇ ବିଦ୍ୟାଳୟକୁ ଆକୃଷ୍ଟ ନହେବେ ସେହି ଉଦ୍ଦେଶ୍ୟରେ ସ୍ମାର୍ଟକ୍ଲାସ କରିବା ଯୋଜନା କରି ଓଡ଼ିଶାର ସବୁ ଜିଲ୍ଲାକୁ ପ୍ରଥମ କରି ପରୀକ୍ଷା ମୂଳଖ ଭାବେ ସ୍ମାର୍ଟକ୍ଲାସ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି । ପ୍ରଥମ କରି ଗଞ୍ଜାମ ଜିଲ୍ଲାରେ ଏହି ସ୍ମାର୍ଟକ୍ଲାସ
ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ସରକାରୀ ବିଦ୍ୟାଳୟରେ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀଙ୍କ ଦିନରାତି ଏକ କରି ଏହି କାର୍ଯ୍ୟକୁ ଦ୍ରୁତ ଗତିରେ ଚାଲିଛି । ଏହି କାର୍ଯ୍ୟ ଶେଷ ହେଲେ ଅତି ନିକଟରେ ଏହା ଉଦଘାଟନ ହେବ ବୋଲି ଶୁଣିବାକୁ ମିଳୁଛି । ଏହି କାର୍ଯ୍ୟକୁ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚୋରଣ ପାତ୍ର,ବିଡ଼ିଓ ନଟବର ଗରଡ଼ା,ବ୍ଲକ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ଓ ଗନିଷ୍ଟ ଯନ୍ତ୍ରୀ ସୁରେନ୍ଦ୍ରନାଥ ମିଶ୍ରଙ୍କ ପ୍ରଚେଷ୍ଟା ବଳରେ ଚାଲିଛି ଏହି କାର୍ଯ୍ୟ ।ଏହି ବିଦ୍ୟାଳୟ ଅତ୍ୟାଧୁନିକ ପରିଣତ ହେଲେ ଅଞ୍ଚଳର ଆଦିବାସୀ ଗରିବ ଛାତ୍ରଛାତ୍ରୀ ଉନ୍ନତ ମାନର ଶିକ୍ଷା ଗ୍ରହଣ କରିପାରିବେ । ଏହିପରି ଅଞ୍ଚଳର ବିଦ୍ୟାଳୟ ଗୁଡିକ ହେଲେ କେହିବି ଛାତ୍ରଛାତ୍ରୀ ଆଉ ସହର ମୁହାଁ ହେବେନାହିଁ ବୋଲି ସାଧାରଣ ଚର୍ଚ୍ଚା ହେଉଛି । ରାଜ୍ୟ ସରକାରଙ୍କ ୫ଟି ମାଧ୍ୟମରେ ଯେଉଁ ସବୁ କାର୍ଯ୍ୟ ଆରମ୍ଭ କରିଥିଲେ ସରକାର ଆଜି ଏହା ଏକ ବାସ୍ତବରେ କାର୍ଯ୍ୟକାରୀ ହେଉଥିବାରୁ ୫ଟି ମୁଖ୍ୟ ଶାସନ ସଚିବ ଭି କେ ପାଣ୍ଡିଆନଙ୍କୁ ଅଭିଭାବକ ମହଲରେ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ବିଦ୍ୟାଳୟର କାର୍ଯ୍ୟ ଆଉ ୧୦ ରୁ ୧୫ଦିନ ମଧ୍ୟରେ ଶେଷହେବ ବୋଲି ବିଡ଼ିଓ ନଟବର ଗରଡ଼ା କହିଛନ୍ତ


