ଲିପ୍ଟ୍‌ରୁ ଖସି ଜଣେ ମୃତ,୩ ଶ୍ରମିକ ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସହର ଉପକଣ୍ଡରେ ଥିବା ରାଜାଷ୍ଟିଲ ଇଣ୍ଡଷ୍ଟ୍ରିଜ୍‌ରେ ଆଜି ୧୧ ଘଣ୍ଟା ସମୟରେ କୌଣସି କାରଣରୁ ଉପରୁ ଲିପ୍ଟ ଖସିଯିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଶ୍ରମିକ ଗୁରୁତର ହୋଇପଡ଼ିଛନ୍ତି । ଏହି ୩ ଜଣଙ୍କୁ ଆନ୍ଧ୍ରର ଶିକାକୁଲମ୍‌ଠାରେ ôତବା ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାରୁ ପ୍ରକାଶ ଆଜି ୧୧ ଘଣ୍ଟା ସମୟରେ ଲିପ୍ଟଦ୍ୱାରା ମାଲ୍ ନେଇ ଉପରକୁ ଯାଉଥିବା ବେଳେ ହଠାତ୍ ଲିପ୍ଟ କୌଣସି କାରଣରୁ ଖସି ପଡିଥିଲା । ଲିପ୍ଟରେ ଉପରକୁ ଯାଉଥିବା ଶ୍ରମିକ ଏମ୍ ଡି ଆସିଫ୍ (୨୩) ଖସିପଡ଼ି ଥିଲେ । ତଳେ କାର୍ଯ୍ୟ କରୁଥିବା ଗଣେଷ ଧାରା, ଏମ୍‌ଡି ଚାନ୍ଦ, ଏମ୍ ଗୁଲବାହାର ଏହି ୩ ଜଣଙ୍କ ଉପରେ ଲିପ୍‌ଓଟି କଚାଡି ହୋଇ ପଡ଼ିବା ଯୋଗୁଁ ଏହି ୩ ଜଣ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ମୁଖ୍ୟା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥବଲା । ଚିକିତ୍ସା ଚାଲିଥିବାବେଳେ ଏମ୍‌ଡି ଆସିଫ୍ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ୩ ଜଣଙ୍କୁ ଆନ୍ଧ୍ର ଘରୋଇ ଡାକ୍ତରଖାନାକୁ ଜରୁରୀ ଚିକିତ୍ସା ପସ୍ତାନାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ