ଓଡିଶାରେ ଆନ୍ଧ୍ରର ଦବଙ୍ଗଗିରି ବିରୋଧରେ ବିଶାଳ ଗଣବିକ୍ଷୋଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମାଣିକପାଟଣା ଗ୍ରାମରେ ଆନ୍ଧ୍ରର ଦବଙ୍ଗଗିରିକୁ ସବୁଦିନ ପାଇଁ ବନ୍ଦ କରିବା ସହ ମାଣିକପାଟଣା ଲୋକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ରାସ୍ତା ଆଦି ମୌଳିକ ସୁବିଧା ଯୋଗାଇବା ଦାବିନେଇ ଆଜି ପାରଳାଖେମୁଣ୍ଡିଠାରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ବିଶାଳ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଗଜପତି ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରାଯାଇଛି । ମାଣିକପାଟଣା ଓ ଗଙ୍ଗାବାଡ ଗ୍ରାମ ପଞ୍ଚାୟତ ଅଞ୍ଚଳର ବରିଷ୍ଠ ଆଦିବାସୀ ନେତା ହରିବନ୍ଧୁ କାର୍ଜି, ମୁକୁନ୍ଦ ଶବର, ଏମାନେ ଦାବି କରିଛନ୍ତିଯେ-ଆନ୍ଧ୍ର ସରକାରଙ୍କ ସହ ଅୋଲାଚନା କରି ଉଭୟ ରାଜ୍ୟର ସ୍ଥାୟୀ ସୀମୋରଖା ନିର୍ଦ୍ଧାରଣ କରାଯାଉ । ଆମ ଅଂଚଳରୁ ବ୍ଳକ୍ ସଦର ମହକୁମାକୁ ଯିବାକୁ ହେଲେ ଆମକୁ ଆନ୍ଧ୍ର ପ୍ରଦେଶ ମଧ୍ୟ ଦେଇ ୩୦-୪୦ କି.ମି ରାସ୍ତା ଅଯଥାରେ ଯିବାକୁ ପଡୁଛ଼ି । ଯଦି ଓଡ଼ିଶା ଭିତେର କଇଁପୁରରୁ ଗଙ୍ଗାବାଡ଼କୁ ରାସ୍ତା ନିର୍ମାଣ ହୁଏ ତାହେଲ ଆମକୁ ଆଉ ଆନ୍ଧ୍ର ଦେଇ ଯିବାକୁ ପଡ଼ିବନି । କିନ୍ତୁ ଏହି ପ୍ରସ୍ତାବତି ରାସ୍ତାର ନିର୍ମାଣ ପାଇଁ ବାରମ୍ବାର ଦାବି ସେତ୍ୱ ଏଯାଏଁ ହୋଇପାରି ନାହିଁ । ଯୁଦ୍ଧକାଳିନ ଭିତିର ଏହି ରାସ୍ତାକୁ ନିର୍ମାଣ କରିବାକୁ ଦାବି କରୁଛୁ । ସେହିପରି କେରାଣ୍ଡି ଠାରୁ ଦେଉଳା ଭାୟା ଅନ୍ତରସିଂ ଓ ଏଲାସର ଠାରୁ ଓୟା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଉ । ଶିକ୍ଷା ପ୍ରତି ଆମ ଅଂଚଳର ଲୋକଙ୍କ ଯଥେଷ୍ଟ ଆଗ୍ରହ ରହିଆସିଛି ।
ନିଜର ଗରିବୀ ସେତ୍ୱ ଲେୋକ ନିଜର ପିଲାମାନଙ୍କୁ ପଢ଼ାଇବାକୁ ସବର୍ଦା ଚେଷ୍ଟା କରି ଆସିଛନ୍ତି । କିନ୍ତୁ ଦୁଃଖର ବିଷୟ, ଗଙ୍ଗାବାଡ଼ ଠୋର ହାଇସ୍କୁଲ ଖୋଲାଯାଇଥେôଲ ମଧ୍ୟ ତାହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନଥିବାରୁ ପଂଚମ ଶ୍ରେଣୀ ପାସ୍ କରିବା ପେର ଆମ ପିଲାମୋନ ପାଠ ପଢ଼ିବାକୁ ବାହାରକୁ ଯାଉଛନ୍ତି ଅଥବା ପାଠ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । ଉପେରାକ୍ତ ସମସ୍ୟା ଯୋଗୁଁ ବତର୍ମାନ ଏ ଅଂଚଳର ୯୫ ଜଣ ବାଳିକା ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ହୋଟେଲର ରହି ପାଠ ପଢ଼ୁଛନ୍ତି । ସେମାନଙ୍କ ଦାଖଲ େବେଳ ଆନ୍ଧ୍ରର ବାସିନ୍ଦା, ଭୋଟର ହୋଇଥିବା ବାଧ୍ୟତାମୂଳକ ହୋଇଥିବାରୁ ଲେୋକ ନିଜ ପିଲାକୁ ପଢ଼ାଇବା ପାଇଁ ଆନୁଷ୍ଠାନିକ ଭୋବ ଆନ୍ଧ୍ରେର ନିଜର କାଗଜପତ୍ର କରିବାକୁ ପଡ଼ୁଛି । ଯଦି ଆମ ଅଂଚଳେର ହାଇସ୍କୁଲ କାର୍ଯ୍ୟକ୍ଷମ ହୋଇଥାନ୍ତା ଏବଂ ବାଳିକାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆବାସିକ ହାଇସ୍କୁଲ ଖୋଲଥି ।ନ୍ତା, ତୋହେଲ ଆମ ପିଲାଙ୍କୁ ଆନ୍ଧ୍ରେର ପାଠ ପଢ଼ିବା ଦରକାର ପଡ଼ିନଥାନ୍ତା କି ଅଭିଭାବକମାନଙ୍କୁ ଆନ୍ଧ୍ରର ଭୋଟର ତାଲିକା ଓ ଆଧାର ତାଲିକାରେ ନାମ ଲେଖାଇବା ଦରକାର ପଡ଼ି ନଥାନ୍ତା । ଅତଏବ ଗଙ୍ଗାବାଡ଼ ଆବାସିକ ହାଇସ୍କୁଲର ୪୦ ଆସନ ବିଶଷ୍ଟି ଛାତ୍ରାବାସକୁ ୧୦୦ ଆସନ ବିଶଷ୍ଟି କରାଯାଉ । ଚମ୍ପାପୁର ଠାରେ ଏକ ୧୦୦ ଆସନ ବିଶିଷ୍ଟ ଆବାସିକ ବାଳିକା ବିଦ୍ୟାଳୟ ନିର୍ମାଣ କରାଯାଉ । ଗଙ୍ଗାବାଡ଼ ଓ କେରାଣ୍ଡି ପଂଚାୟତରେ ଉପ ସ୍ୱାସ୍ଥକେନ୍ଦ୍ର ଥିଲେ ସୁଦ୍ଧା ତାହା ଆବଶ୍ୟକୀୟ ଡା଼କ୍ତର ଓ କମର୍ଚାରୀଙ୍କ ଅଭାବରୁ ଆଦୌ କାର୍ଯ୍ୟକ୍ଷମ ନାହିଁ । ଏହି କାରଣରୁ ଆମ ଅଂଚଳର ସାଧାରଣ ଲୋକଙ୍କୁ ନିଜ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ପଡ଼ୋଶୀ ଆନ୍ଧ୍ର ଉପରେ ନିଭର୍ର କରିବାକୁ ପଡ଼ୁଛି । ଅତଏବ ଗଙ୍ଗାବାଡ଼ ଓ କେରାଣ୍ଡି ଉଭୟ ଉପ ସ୍ୱାସ୍ଥ୍ୟକେନ୍ଦ୍ରର ଯଥାଶୀଘ୍ର ଆବଶ୍ୟକୀୟ ଡ଼ାକ୍ତର, ଫାର୍ମାସିଷ୍ଟ, ନର୍ସଙ୍କ ନେିୟାଜିତ କରି ଲୋକଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସବା ପ୍ରଦାନ କରାଯାଉ । କେରାଣ୍ଡି ଓ ଗଙ୍ଗାବାଡ଼ ପଂଚାୟତ ପାଇଁ ଚମ୍ପାପୁର ଠାରେ ଏକ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନ କରାଯାଉ । ଏ ଅଂଚଳରେ ଓଡ଼ିଶାର ନିଜସ୍ୱ ମୋବାଇଲ ଟାୱାର ନଥିବାରୁ ଲୋକଙ୍କୁ ଆନ୍ଧ୍ର ନେଟୱାର୍କ ଉପେର ନିଭର୍ର କରିବାକୁ ପଡ଼ୁଛି । ବେିଶଷ କରି ୧୦୮ ସେବାରେ ଫୋନ୍ କଲେ ଆନ୍ଧ୍ର ସରକାରଙ୍କ ଆମ୍ବୁଲାନ୍ସ୍ ସେବାକୁ ଫୋନ ଯାଉଥିବାରୁ ଲୋକେ ଓଡ଼ିଶା ସରକାରଙ୍କ ଆମ୍ବୁଲାନ୍ସ ସେବା ଓ ସ୍ୱାସ୍ଥ୍ୟସବା ପାଇବାରୁ ବଂଚିତ ହେଉଛନ୍ତି । ଅତଏବ ଗଙ୍ଗାବାଡ଼ ଓ କେରାଣ୍ଡି ଠାକ୍ଷର ତୁରନ୍ତ ଗୋଟିଏ ଗୋଟାଏ ମୋବାଇଲ ଟାଓା୍ୱର ସ୍ଥାପନ କରାଯାଉ ।ମାଣିକପାଟଣାବାସୀଙ୍କ ଏହି ବିକ୍ଷୋଭକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇ ଉତ୍କଳ ସମ୍ମିଳନୀ ତଥା ଉତ୍କଳ ହିତୌଷଣୀର ପ୍ରମୁଖ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଗଜପତିର ଆଦିବାସୀ
ନେତା ଭାଲଚନ୍ଦ୍ର ଷଡଙ୍ଗୀ ବିକ୍ଷୋଭରେ ଅଂଶଗ୍ରହଣ କରି ସରକାର ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ଓଡ଼ିଶା-ଆନ୍ଧ୍ର ବିବାଦର ସ୍ଥାୟୀ ସମସ୍ୟାର ସମାଧାନ କରିବା ସହ ଓଡ଼ିଶା ବ୍ଲକ ମହକୁମାକୁ ସିଧାସଳଖ ରାସ୍ତାନିର୍ମାଣ, ସ୍ୱାସ୍ଥ୍ୟସେବା ଆଦି ତୁରନ୍ତ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ