୬ ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ୨୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ଉପକରଣ ପ୍ରଦାନ
ନିମାପଡା (ସନ୍ତୋଷ ଦାଶ) ପୁରୀ ଜିଲ୍ଲା ନିମାପଡା ବ୍ଲକର ୬ ଟି ସ୍ବାସ୍ଥ୍ୟକେନ୍ଦ୍ର କୁ ଅକ୍ସଫାମ ଇଣ୍ଡିଆ ସଂସ୍ଥା ପକ୍ଷରୁ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ସ୍ୱାସ୍ଥ୍ୟ ସେବା ଉପକରଣ ପ୍ରଦାନ କରାଯାଇଛି। ଏହି ଅବସରରେ ନିମାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ରେ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗେଶ୍ୱର ଯୁବକ ସଂଘ (ଜେଜେଏସ) ପକ୍ଷରୁ ଏକ ସ୍ୱାସ୍ଥ୍ୟଉପକରଣ ପ୍ରଦାନ ଉତ୍ସବ ଆୟୋଜନ ହୋଇଥିଲା। ଏହି ଉତ୍ସଵ ରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଯୋଗଦେଇ ଚାରିଛକ, ନିମାପଡା, ବଳଙ୍ଗା, ରେଞ୍ଚ, ନୂଆସନ୍ଥ,ବଡ଼ନିନିଗାଁ ସ୍ବାସ୍ଥ୍ୟକେନ୍ଦ୍ର ର ମୁଖ୍ୟଚିକିତ୍ସାଧିକାରୀ ଙ୍କୁ ସ୍ବାସ୍ଥ୍ୟସେବା ଉପକରଣ ମାନ ପ୍ରଦାନ କରିଥଲେ । ଏହି ଉପକରଣ ଗୁଡିକ ମଧ୍ୟରେ ୧୮ଟି ଅକ୍ସିଜେନ ସିଲିଣ୍ଡର,୧୮ ଟି ଉନ୍ନତ ମାନ ର ବେଡ୍, ୬ଟି ଅକ୍ସିଜେନ୍ କନ୍ସି ଡେଟ ରହିଛି। ଏହି ମୂଲ୍ୟବାନ ସ୍ୱାସ୍ଥ୍ୟ ସେବା ଉପକରଣଗୁଡିକ ଗ୍ରାମାଞ୍ଚଳ ର ଗୁରୁତର ରୋଗୀ ମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଦେବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିବା ସହିତ ଅକ୍ସଫାମ୍ ସଂସ୍ଥା କୁ ଧନ୍ୟବାଦ ଜଣାଇଥିଲେ ।ଏହି ଉତ୍ସଵ ରେ ମନ୍ତ୍ରୀ ଶ୍ରୀ ଦାଶ ଙ୍କ ସହିତ ଅତିଥି ଭାବେ ଜେଜେଏସ ର ସଭାନେତ୍ରୀ ଚାରୁଲତା ବାରିକ, ସମ୍ପାଦକ ନକୁଳ ଚନ୍ଦ୍ର ସ୍ୱାଇଁ ଓ ୬ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ମାନେ ଯୋଗଦାନ କରିଥଲେ ।


