ଏଭଳି ରାଶିର ଲୋକମାନେ ବୁଦ୍ଧିମାନ୍‌

ଆମେ କେତେ ବୁଦ୍ଧିମାନ ତାହା ସାଧାରଣତଃ ଆମେ ନିଜେ ଆକଳନ କରିପାରୁନା । ଅନେକଥର ଆମେ ଆମ କ୍ଷମତା ବିଷୟରେ ଅନୁମାନ ବି ଲଗେଇ ପାରୁନା । କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏସବୁ ପ୍ରଶ୍ନର ଉତ୍ତର ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ରାଣି ଅନୁସାରେ କେଉଁ ବ୍ୟକ୍ତି କେତେ ବୁଦ୍ଧିମାନ । ଆଉ ଜାଣିବା କେଉଁମାନଙ୍କ ପାଖରେ ନିଷ୍ପତ୍ତି ନେବାର କ୍ଷମତା କେତେ ଅଧିକ । ଯେଉଁମାନଙ୍କୁ ବୁଦ୍ଧିରେ ହରାଇବା ମୁସ୍‌କିଲ ।
ବିଚ୍ଛା:ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଚ୍ଛା ରାଶିର ଲୋକମାନେ ସବୁଠୁ ଅଧିକ ଆକର୍ଷଣୀୟ । ଏମାନଙ୍କ ମଧ୍ୟରେ ସବୁଠୁ ଅଧିକ କାମନା ଓ ବାସ୍ନାର ଭାବନା ଭରି ରହିଥାଏ । ଏମାନେ ଖୁବ୍ ବୁଦ୍ଧିମାନ । ଏମାନେ ସବୁବେଳେ ମାମଲାରେ ଫିଟ୍ । ବିଚ୍ଛା ରାଶିର ଲୋକମାନଙ୍କ ବୁଦ୍ଧି ତୀବ୍ର । ଖାଲି ଏତିକି ନୁହେଁ ଏମାନେ ଖ୍‌ୁବ ଚାଲାକ ମଧ୍ୟ । ଯଦି କେହି ତାଙ୍କୁ ବୋକା ବନେଇବାକୁ ଚେଷ୍ଟା କରନ୍ତି ତେବେ ସେମାନେ ଧରିନିଅନ୍ତି ।
ମେଷ:ବିଛା ରାଶି ପରେ ମେଷ ରାଶିର ଲୋକଙ୍କର ଆଖିକାନ ସବୁବେଳେ ଖୋଲାଥାଏ । ଏମିତି କହିବାର ଅର୍ଥ ସେମାନ ଖ୍‌ୁବ ସତର୍କ ରହିଥାନ୍ତି । ଆଉ ସେମାନଙ୍କ ମୁଣ୍ଡରେ ସବୁବେଳେ କିଛି କରିବାକୁ ଇଚ୍ଛା ଥାଏ । ସେମାନେ ସବୁବେଳେ ସକାରାତ୍ମକ ଚିନ୍ତାରେ ଆଗକୁ ବଢ଼ନ୍ତି ।
ସିଂହ: ସିଂହ ରାଶିର ଲୋକମାନଙ୍କୁ ଯଦି କିଛି କାମ ହଠାତ୍ କରିବାକୁ ଦିଆଯାଏ ସେ କାମ ବୁଝା ନ ପଡୁଥିଲେ ବି ସେ ହାର ମାନନ୍ତି ନାହିଁ । ସେମାନେ ଖୁବ୍ ଚତୁରତାର ସହ ସେହି କାର୍ଯ୍ୟକୁ କରିଥାନ୍ତି ।
ଧନୁ:ଧନୁ ରାଶିର ବ୍ୟକ୍ତିମାନେ ଖୁବ ବୁଦ୍ଧିମାନ । ସେମାନଙ୍କୁ ବୁଦ୍ଧିର ପ୍ରଶଂସା କରିବାକୁ ବି ଶବ୍ଦ କମ୍ ପଡ଼ିବ । କିନ୍ତୁ ଏମାନେ ବୁଦ୍ଧିମାନ ହେବା ସହ ସକାରାତ୍ମକ ଚିନ୍ତା ବି କରନ୍ତି ।
ବୃଷ: ବୃଷ ରାଶିର ଲୋକମାନେ ଶାନ୍ତ । କିନ୍ତୁ ଏହି ରାଶିର ଲୋକମାନେ ଖୁବ ବୁଦ୍ଧିମାନ ବି ଥାଆନ୍ତି । ଯେ ପର୍ଯ୍ୟନ୍ତ ସେମାନଙ୍କୁ ଅତି ନିକଟରୁ ନ ଜାଣିଛେ ସେମାନଙ୍କ ଦକ୍ଷତା ବିଷୟରେ ଜାଣିବା ଅସମ୍ଭବ ।
କନ୍ୟା: ଜ୍ୟୋତିଷ ଶାସ୍ତ୍ର ଅନୁସାରେ କନ୍ୟା ରାଶିର ଲୋକମାନେ ଖୁବ୍ ବୁଦ୍ଧିମାନ । ସେମାନେ ସମୟ ରଖି ହିଁ ପ୍ରତିକ୍ରିୟ ପ୍ରକାଶ କରନ୍ତି । ସେମାନେ ସବୁକଥା ନିଜ ମନରେ ରଖିଥାନ୍ତି ।
ମକର: ମକର ରାଶିର ଲୋକମାନେ ଖୁବ ପରିଶ୍ରମୀ । କିନ୍ତୁ ସେମାନଙ୍କ ବୁଦ୍ଧି ବି କିଛି କମ୍ ନୁହେଁ । ଯଦି ସେମାନଙ୍କୁ କିଛି କାମ କରିବାକୁ ଦିଆଯାଏ । ତେବେ ସେମାନେ କାହାର କିଛି କ୍ଷତି ନ କରି ବୁଦ୍ଧିମାନର ସହ କାମ କରନ୍ତି ।
ମିଥୁନ, ତୁଳା ଓ କୁମ୍ଭ: ଏହି ତିନି ରାଶିର ଲୋକମାନେ ବୁଦ୍ଧିମାନ । ଏମାନଙ୍କ ସହ ଚିନ୍ତା ଧାରା କାର୍ଯ୍ୟ କରିବାର ଶୈଳୀ ଗୋଟିଏ ।
କର୍କଟ ଓ ମୀନ ରାଶି : ଏମାନେ ଭାରି ହିସାବି । ଯଦି ଏମାନଙ୍କ ମୁଣ୍ଡରେ କିଛି ଗୋଟେ ଆଇଟିଆ ଜୁଟେ, ତେବେ ଏମାନେ ନିଷ୍ଠାର ସହ କରିଥାଆନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ