ସୋନାକ୍ଷୀଙ୍କ ଟ୍ରାଭେଲ୍ ବ୍ୟାଗ୍ ଭାଙ୍ଗିଦେଲା ଇଣ୍ଡିଗୋ
ରାଗିଗଲେ ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ରାଗିଯିବା ପରେ ରବିବାର ସୋଶାଲ ମିଡିଆରେ ଏକ ଭିଡିଓ ଶେଆର୍ କରି ଇଣ୍ଡିଗା ଏୟାର ଲାଇନସ୍ ଉପରେ ଏକ ଗୁରୁତର ଅଭିଯାଗ ଆଣିଛନ୍ତି । ସୋନାକ୍ଷୀଙ୍କ ଅଭିଯୋଗ ଅନୁସାରେ ଏୟାରଲାଇନସର ଷ୍ଟାଫ୍ ତାଙ୍କ ବ୍ୟାଗକୁ ଭାଙ୍ଗି ଦେଇଛନ୍ତି । ଭିଡିଓଟିକୁ ଶେଆର୍ କରି ସୋନାକ୍ଷୀ ଲେଖିଛନ୍ତି, “ମୁଁ ଇଣ୍ଡିଗୋରେ ଟ୍ରାଭେଲ୍ କରୁଥିଲି । ସାଙ୍ଗରେ ଏକ ଭଲ ବ୍ୟାଗ୍ ଆଣିଥିଲି । କିନ୍ତୁ ବ୍ୟାଗ୍ ମା ପାଖକୁ ଆସିବା ପରେ ଏହାର ପ୍ରଥମ ଓ ଦ୍ୱିତୀୟ ହ୍ୟାଣ୍ଡେଲ୍ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥିବା ଦେଖିବାକୁ ପାଇଛି । ଇଣ୍ଡିଗୋ ଆପଣଙ୍କୁ ଧନ୍ୟବାଦ ।’ ଏହି ଭିଡିଓଟିକୁ ସୋନାକ୍ଷୀ ଇଣ୍ଡିଗା ଏୟାରଲାଇନ୍ସକୁ ଟ୍ୱିଟ୍ କରି ଜଣାଇଥିଲେ । ଟ୍ୱିଟ୍ ପରେ ସୋନାକ୍ଷୀଙ୍କୁ ଇଣ୍ଡିଗୋ ପକ୍ଷରୁ ଏହାର ଜବାବ ମଧ୍ୟ ମିଳିଛି । ଏହି ଘଟଣାରେ ଦୁଃଖପ୍ରକାଶ କରି ଇଣ୍ଡିଗୋ ଲେଖିଛି, “ସୋନାକ୍ଷୀ ଆମ ଟିମ୍ ସହିତ ସମ୍ପର୍କ କରିଥିବାକୁ ଧନ୍ୟବାଦ । ଆମେ ଏ ସମ୍ପର୍କରେ ଆମ ହ୍ୟାଣ୍ଡେଲିଙ୍ଗ୍ ଟିମ୍ ସହିତ କଥା ହେବୁ । ପୁଣିଥରେ ଆମେ ଆପଣଙ୍କୁ ଅପେକ୍ଷା କରିବୁ ।’ ସେହିପରି କିଛି ୟୁଜର୍ ସୋନାକ୍ଷୀଙ୍କୁ ନୂଆ ବ୍ୟାଗ୍ କିଣିବା ପାଇଁ ପରାମର୍ଶ ଦେଇଛନ୍ତି ।


