ଚାଷୀ ଶ୍ରମିକ ସଙ୍ଘ ପକ୍ଷରୁ ଲଘୁଚାପ ବର୍ଷାରେ ପ୍ରଭାବିତଙ୍କୁ କ୍ଷତିପୁରଣ ପାଇଁ ଜିଲ୍ଲାପାଳଙ୍କୁ ଦାବି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଚାଷୀ ଶ୍ରମିକ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ଲଘୁଚାପ ବର୍ଷାରେ କେନ୍ଦ୍ରାପଡା ବ୍ଲକର ବିଶେଷ ଭାବରେ ପ୍ରଭାବିତ ହୋଇଥିବା ଧାନଚାଷ, ଭାଙ୍ଗିଥିବା କଚ୍ଚାଘର ଓ ଗୋରୁ ଗୁହାଳ ଗୁଡିକର ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ଚାଷୀ ଓ ସାଧାରଣ ଲୋକମାନଙ୍କୁ ଆପତକାଳୀନ ସରକାରୀ ସହାୟତା ପ୍ରଦାନ କରାଯିବାକୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଧାନ ଫସଲ ଏବେ ମଧ୍ୟ ପାଣିରେ ବୁଡି ରହିଥିବାରୁ ତାହା ନଷ୍ଟ ହୋଇଯିବାର ସମ୍ଭାବନା ଦେଖାଦେଇଛି । ପାଟନାଳି ଗୁଡିକର ଜଳ ଗୋବରୀ ନଦୀକୁ ନିଷ୍କାସିତ ନହେବା ଏବଂ ଜଳନିଷ୍କାସନ ପଥ ବିଭିନ୍ନ ସ୍ଥାନରେ ଅବରୋଧ ହେବା ଯୋଗୁଁ ଚାଷଜମିରୁ ଜଳ ନିଷ୍କାସିତ ନହୋଇ ଫସଲ ନଷ୍ଟ ହେଉଛି । କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ଜମଧର ପଞ୍ଚାୟତର ପଣ୍ଡିରୀ, ଜୁଇଦାସପୁର. କଶୋଟି, ଇଡିଆଳି, ଜଣ୍ଟିଲୋ, ସାନଗାଁ, ଜମଧର, ବଳଭଦ୍ରପୁର, ଶ୍ୟାମସୁନ୍ଦରପୁର ପଞ୍ଚୟତର ମରଡପୁର, ହଲପୁର, ନାନକାର, ଦୁତିଆଳ, ଚକ୍ରୋଡା ପଞ୍ଚାୟତ ମାଗୁରଗଣ୍ଡପାଟଣା, ତରାପୁର, କପାଳେଶ୍ୱର, ବସପୁର ଓ ଗୁଲନଗର ପଞ୍ଚାୟତର, ଓସ୍ତପୁରପୁର ପଞ୍ଚାୟତର ଦେପୁର, ନାଗପୁର, ସାରଙ୍ଗ, ବାରୁଅ ପଞ୍ଚାୟତର ଘିଗିଡିଆ, କଳାମାଟିଆ, କଂସାର ପଞ୍ଚାୟତର ଏଣ୍ଡର, ଫୋରଡ, ନିକିରାଇ, ଇନ୍ଦୁପୁର ଓ ବାରିମୂଳ ଅଞ୍ଚଳର ବିସ୍ତିର୍ଣ୍ଣ ଧାନ ଫସଲ ଜଳମଗ୍ନ ହୋଇ ରହିଥିବରୁ ଧାନଫସଲ କ୍ଷତିଗ୍ରସ୍ତ ହୋଇଛି । ଏହିସବୁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚାଳଛପର,କଚ୍ଚାଘର ଭାଙ୍ଗିଯିବା ସହିତ ମାଟିକାନ୍ଥ ପଡିଯାଇଛି । ଛେଳି, ମେଣ୍ଡ ଏବଂ ଗୋରୁ ଗୁହାଳ ଗୁଡିକ ସଂପୂର୍ଣ୍ଣ ବା ଆଂଶିକ ଭାଙ୍ଗିଯାଇଛି । ପ୍ରଶାସନ ପକ୍ଷରୁ ଏହି ସବୁ ପ୍ରଭାବିତ ଅଞ୍ଚଳର ସଠିକ୍‌ଭାବରେ କ୍ଷୟକ୍ଷତି ଆକଳ କରାଯାଇ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଧାନ ପାଇଁ ଚାଷୀ ଶ୍ରମିକ ସଂଘ ସଭାପତି ପଣ୍ଡିତ ଶରତ ମିଶ୍ର, ପ୍ରହଲ୍ଲାଦ ଦାସ, ଭାସ୍କର ବିଶ୍ୱାଳ, ଅରୁଣ କୁମାର ରାଉତ, ରାଜକିଶୋର ବିଶ୍ୱାଳ, ସୁବାଷ ସାହୁ, ରମାକାନ୍ତ ରାଉତ, ଅମୀୟ ବାରିକ୍‌, ବୈଲୋଚନ୍ୟ ବିଶ୍ୱାଳ, ଗୋପାଳ ।ଥ, ଯୋଗେନ୍ଦ୍ର ନାଥ ବିଶ୍ୱାଳ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ