ଟିବି ହାରେଗା ଦେଶ ଜିତେଗା ” ସଫଳ ପାଇଁ ବୈଠକ

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୨୩/୦୯/୨୧ ତାରିଖ ଦିନ ବୁଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଯକ୍ଷ୍ମା ରୋଗର ସଚେତନା ବୁଗୁଡା ବ୍ଲକ ଯେପରି ଯକ୍ଷ୍ମା ରୋଗ ମୁକ୍ତ ହୋଇପାରିବ ସେଥିପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ “ଟିବି ହାରେଗା ଦେଶ ଜିତେଗା” କାର୍ଯ୍ୟକ୍ରମ ସଫଳ ପାଇଁ ବୁଗୁଡ଼ା ବ୍ଲକର ସମସ୍ତ ସରପଞ୍ଚ ଓ ଗ୍ରାମ୍ୟ ରୋଜଗାର ସେବକ ମାନଙ୍କୁ ଯକ୍ଷ୍ମା ରୋଗର ଲକ୍ଷଣ, ପରୀକ୍ଷା, ଚିକିତ୍ସା ଓ ସରକାରଙ୍କ ତରଫରୁ ମିଳିଥିବା ବିଭିନ୍ନ ସୁବିଧା ଓ ସୁଯୋଗ ବିଷୟରେ ଅବଗତ କରାଯାଇଥିଲା। ସେମାନଙ୍କୁ ପ୍ରତ୍ୟେକ ଗ୍ରାମରେ ଟିବି ରୋଗର କାରଣ, ଭୟାବହାତ ଓ ନିରାକରଣ ବିଷୟରେ ପ୍ରଚାର ଓ ପ୍ରସାର କରିବା ପାଇଁ ଓ ମେଡିକାଲ୍ ଟିମ୍ କୁ ସହଯୋଗ କରିବାପାଇଁ ଅନୁରୁଧ କରାଯାଇଥିଲା। ଉକ୍ତ ବୈଠକରେ ଅନ୍ୟମାନବଜ ମଧ୍ୟରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିଦେଶୀ ଜେନା, ଜିଲ୍ଲା ପୋଗ୍ରାମ ଅଫିସର ହେମନ୍ତ କୁମାର ଦାଶ, ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ୍ ଅଫିସର ଡାକ୍ତର କମାକ୍ଷୀ ବିଷୋୟୀ, ଜନସ୍ୱାସ୍ଥ୍ୟ ବିଭାଗର ରଜନୀ ପୃଷ୍ଟି, ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିପିଏମ ବିଶ୍ୱଜିତ୍ ପ୍ରଧାନ, ଏସଟିଏସ ଗଣେଶ କୁମାର କାଣ୍ଡି ଓ ଆଇଟିଟିସି କାଉନସିଲର ରଶ୍ମିରେଖା ଦୋରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ