ଛତ୍ରପୁର ଆଦର୍ଶ ଥାନା ଆମ ପୋଲିସ୍ ସମିତି ପକ୍ଷରୁ ସଚତେନତା କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଆଦର୍ଶ ଥାନାର ଆମ ପୋଲିସ ସମିତି ପକ୍ଷରୁ ଛତ୍ରପୁର ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓ ବ୍ୟବସାୟୀ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ଠାରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଯୋଗ ଦେଇ ସହରରେ ପବ୍ଲିକ ଓ ପୋଲିସ୍ ମଧ୍ୟରେ ଏକ ସୁସମ୍ପର୍କ ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହା ସହିତ ସହରରେ ଥିବା ସମସ୍ତ ଦୋକାନ ମାନଙ୍କରେ ସିସି କ୍ୟାମେରା ଲଗାଇବା ଦ୍ୱାରା ଅପରାଧ ନିୟନ୍ତ୍ରଣ କରାଯାଇପାରିବ ବୋଲି କହିଥିଲେ । ରାତି ଦିନ ଯେକୌଣସି ସମୟରେ ଅସୁବିଧା ହେଲେ ବିନା ଦ୍ଵିଧା ରେ ଫୋନ ମାଧ୍ୟମରେ ଯୋଗାଯୋଗ କରିବା ପାଇଁ ସେ ଉପସ୍ଥିତ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାତ୍ର ସମୟରେ ସହରରେ ପୋଲିସ ପେଟ୍ରୋଲିଙ୍ଗକୁ କଡାକଡି କରାଯିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଥାନାର ସବ ଇନିସପେକ୍ଟର ସତ୍ୟଜିତ ବେଣିଆ ଓ ବିଶ୍ୱମ୍ବର କଅଁର ଓ ଏଏସଆଇ ଶଶିଭୂଷଣ ତ୍ରିପାଠୀ ପ୍ରମୁଖ ମଂଚାସୀନ ଥିଲେ । ଛତ୍ରପୁର ପ୍ରେସ କ୍ଲବର ସଭାପତି ଶ୍ରୀ ମହାରଣା ଥାନାଧିକାରୀଙ୍କ ସମାଜସେବା କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସହରରେ ଚାଲିଥିବା ଜୁଆ ଆଡ୍ଡା, ମଦ ଆଡ୍ଡା ଉପରେ ଘନ ଘନ ଚଢାଉ କରିବା ପାଇଁ ଅନୁରୋଧ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟ ରେ ଛତ୍ରପୁର ମଝିବଜାର ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ବଡବଜାର ବ୍ୟବସାୟୀ ସଂଘର ସଭାପତି ସଂଜିତ୍ କୁମାର ରାଉଳ, ଅପରବସଷ୍ଟାଣ୍ଡ ବ୍ୟବସାୟୀ ସଂଘର ସଭାପତି ବି.ରାଜିବାବୁ, ରିକାପଲ୍ଲୀ ବ୍ୟାଘ୍ରଦେବୀ ବଣିକ ସଂଘର ସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା, ଷ୍ଟେସନ ରୋଡ୍ ବ୍ୟବସାୟିକ ସଂଘର ସଭାପତି ଇଜୁ ଆମିନ୍ ଖାନ୍‌, ସୁପରମାର୍କେଟର ପ୍ରୋପାଇଟର ଶଙ୍କର ରାଓ,ଛତ୍ରପୁର ପ୍ରେସ କ୍ଳବ ର ଉପ ସଭାପତି ସୁଧିର ନାହାକ, ସହ ସମ୍ପାଦକ କେ. ସତ୍ୟ ନାରାୟଣ ରେଡ୍ଡି ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରେ ପୋଲିସ ଓ ଜନସାଧାରଣ ମଧ୍ୟରେ ସୁସମ୍ପର୍କ ରଖିବା ନିମନ୍ତେ ଛତ୍ରପୁର ଥାନା କୁ ନୂତନ ଭାବେ ଦାୟିତ୍ୱ ଗ୍ରହଣ ଆଇଆଇସି ଶ୍ରୀ ପ୍ରଧାନ ଙ୍କ ଏଭଳି ଉଦ୍ୟମ କୁ ସେମାନେ ପ୍ରଂଶସା କରିବା ସହ ସହର ରେ ଉପୁଜିଥିବା ଟ୍ରାଫିକ ସହ ବିଭିନ୍ନ ସମସ୍ୟା ସମାଧାନ କରିବା ନିମନ୍ତେ କହିଥିଲେ l ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ପ୍ରେସ କ୍ଳବର ଉପଦେଷ୍ଟା ରବୀନ୍ଦ୍ର ନାଥ ପଣ୍ଡା, ରବୀନ୍ଦ୍ର କୁମାର ପଣ୍ଡା ଓ ବସନ୍ତ କୁମାର ମହାରଣା,ଉପ ସଭାପତି ଦିଲ୍ଲୀପ କୁମାର ସାମଲ,କୋଷାଧ୍ୟକ୍ଷ ସରୋଜ କୁମାର ସାମଲ ସାମ୍ବାଦିକ ସୁଜୟ ସୁପ୍ରକାଶ ଧଳ, ଦେବବ୍ରତ ପଣ୍ଡା, ସନ୍ତୋଷ କୁମାର ସାହୁଙ୍କ ସମେତ ଛତ୍ରପୁର ସହରର ବହୁ ବ୍ୟବସାୟୀ ଏବଂ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ l ଶେଷରେ ସବଇନିସପେକ୍ଟର ସତ୍ୟଜିତ ବେଣିଆ ଧନ୍ୟବାଦ ପ୍ରଦାନ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ କନଷ୍ଟେବଲ ସନ୍ତୋଷ ରେଡ୍ଡୀ ଓ ଥାନା ବହୁ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ l

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ