ବିଦ୍ୟୁତ ଆଘାତରେ ବୃଦ୍ଧ ମୃତ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମରେ ବିଦ୍ୟୁତ ଆଘାତ ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବିପୁଳିଙ୍ଗ ଗ୍ରାମ ବଡ ସାହିର ସୁକ୍ରୁ ଦାସ (୬୫) । ମିଳିଥିବା ସୂଚନା ମୁତାବକ ଆଜି ସକାଳେ ସୁକ୍ରୁ ନିଜ ବାସଭବନରେ ଫେନ ଲଗାଉଥିବା ବିଦ୍ୟୁତ ସଂଷ୍ପର୍ଶରେ ଆସି ଅଚେତ ହୋଇ ତଳେ ପଡି ଯାଇଥିଲେ । ପରିବାର ଲୋକ ସୁକ୍ରୁ ଦାସଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଛତ୍ରପୁର ପୋଲିସ୍ ଥାନାରେ ୧୦/୨୧ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଛତ୍ରପୁର ଥାନାର ତଦନ୍ତକାରୀ ଅଫିସର ବିଶ୍ୱମ୍ବର କଅଁର ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ