ଅରିନ୍ଦମ ଦାସଙ୍କ ସ୍ନୁତିରେ ଶ୍ରଦ୍ଧାଞ୍ଜଳି ସଭା

ରାଇକିଆ, (ପ୍ରଦୀପ ବେହେରା) : କଟକ ମୁଣ୍ଡୁଳି ଠାରେ ମହାନଦୀରେ ଫସିଥିବା ଏକହାତୀ ଛୁଆର ଉଦ୍ଧାର ସଂପର୍କିତ ଖବର ସଂଗ୍ରହ ପାଇଁ ଯାଇ ଥିବା ବେଳେ ଓଡ୍ରାଫ୍ଟ ବୋଟ ଓଲଟି ପ୍ରାଣ ହରାଇଥିବା ଦିବଂଗତ ସାମ୍ୱାଦିକ ଅରିନ୍ଦମ ଦାସ ଙ୍କ ସ୍ନୁତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ରାଇକିଆ ସ୍ୱସ୍ତିକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି । ରାଇକିଆ ଜୋନାଲିଷ୍ଟ ଆସୋସିଏନର ତରଫରୁ ଆୟୋଜିତ ଏହିକର୍ଯ୍ୟକ୍ରମ୍ରେ ରାଇକିଆ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତରହି ଦୁଃସାହସିକ ସାମ୍ବାଦିକତା ପାଇଁ ଅରିନ୍ଦମ ସବୁବେଳେ ମନେ ରହିବେ ବୋଲି ପ୍ରକାଶ କରିବା ସହ ତାଙ୍କ ଫଟୋ ଚିତ୍ର ରେ ପୁଷ୍ପ ପ୍ରଦାନ କରି ଅମର ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ । ରାଇକିଆ ସରପଞ୍ଚ ପଞ୍ଚୁ ପ୍ରଧାନ,କୃଷ୍ଣ ବେହେରା,ଅଭିମନ୍ୟୁ ପଣ୍ଡା, ନାରାୟଣ ମହାନ୍ତି,ମନୋଜ ବେହେରା, ଜୟାନନ୍ଦ ନାୟକ, ଅବସର ପ୍ରାପ୍ତ ଅଧ୍ୟାପକ ଶ୍ରୀଧର ଦାସ, ସୁରେନ୍ଦ୍ର ପଣ୍ଡା, ସୁଧାଂଶୁପାଣିଗ୍ରାହୀ, ସଞ୍ଜୀବବେହେରା, ମିଟୁ ପଣ୍ଡା, ସୁଦର୍ଶନବେହେରା,ମିଥୁନ ଦିଗାଲ, ରୋସନ ନାୟକ, ରାଜ କିଶୋର ପରିଛା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ