ପ୍ରତିଯୋଗିତା ସମାବେଶ ଅନୁଷ୍ଠିତ
କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ) – ଜିଲ୍ଲା ବୋଇତ ବନ୍ଦାଣ ସମିତି ଆନୁକୂଲ୍ୟରେ ସ୍ଥାନୀୟ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ଜିଲ୍ଲାର ବିଭିନ୍ନ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ୨୮୦ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ପ୍ରତିଯୋଗିତାରେ ବିଚାରକଭାବେ ଅଧ୍ୟାପକ ରଣଜିତ ଦାସ, ହେମନ୍ତ ଜେନା, ସୁବାଶ ପାତ୍ର(ଗୀତିକାର), ପ୍ରଭାତ ଧଳ,ସୁଶ୍ରୀ ଅମିତା, ପ୍ରଫୁଲ୍ଲ ଦାସ, ଅମରେଶ ରଥ, ସୁଶ୍ରୀ ଲିପସା ଦାଶ, ସୌଭାଜନି ମହାପାତ୍ର, ଶୁଶିଲ ସୂତାର ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସମିତି ପକ୍ଷରୁ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ରବିନାରାୟଣ ମହାନ୍ତି, ରବିନ୍ଦ୍ର ରଥ, ସୌମ୍ୟ ରଞନ ପଟ୍ଟନାୟକ, ଗୋଲଖ ପଢିଆରୀ, ଲକ୍ଷ୍ମୀକାନ୍ତ ନାୟକ, ନାରାୟଣ ସାହୁ, ସୟଦ ଅବଦୁଲ ସତାର, ମଧୁସୁଦନ ଦାସ ପ୍ରମୁଖ ପରିଚାଳନା କରିଥିଲେ । ସମସ୍ତ କୃତି ପ୍ରତିଯୋଗୀଙ୍କୁ ଆସନ୍ତା ୧୨ତାରିଖ ସନ୍ଧ୍ୟା ୬ଘଟିକା ସମୟରେ ପୌରସଂସ୍ଥା ସଭାଗୃହରେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ । ଦିବା ୪ଘଣ୍ଟିକା ସମୟରେ କୌତୁକ ପ୍ରତିଯୋଗୀତା ଓ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହେବ । କୃତି ପ୍ରତିଯୋଗୀମାନେ ହେଲେ କଲେଜ ସ୍ତରୀୟ ବକ୍ତୃତାରେ ପ୍ରଥମ ଇତିଶ୍ରୀ ତ୍ରିପାଠୀ, ୨ୟ ସନ୍ତୋଷ ଖଟୁଆ, ୩ୟ କୈାଶଲ୍ୟା ଗେରୁ, ସଂଗୀତରେ ପ୍ରଥମ ସାସ୍ୱତିକା ସାମଲ,୨ୟ ଅର୍ପିତା ଦାସ,୩ୟ ଦେବସ୍ମିତା ବେହେରା ଓ ଶୁଭସ୍ମିତା ପ୍ରଧାନ, ଚିତ୍ରାଙ୍କନରେ ପ୍ରଥମ କ୍ଷେତ୍ରବାସୀ ମହାରଣା, ୨ୟ ସବ୍ୟଶାଚୀ ମହାରଣା, ୩ୟ କ୍ଷୀରୋଦିନି ନାୟକ । ଉଚ୍ଚ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗୀତାରେ ପ୍ରଥମ ଶୁଶ୍ରୀ ରେଶ୍ମା ନାୟକ, ୨ୟ ବିଶ୍ୱ ରୋଶନ ଦାସ,୩ୟ ରୁପସ୍ମିତା ରାଉତ,ସଂଗୀତରେ ପ୍ରଥମ ମଧୁସ୍ମିିତା ପରିଜା, ୨ୟ ଦେବୀ ପ୍ରସନ୍ନ ତ୍ରିପାଠୀ,୩ୟ- ଟ୍ୱିଙ୍କିଲ ବଳ,ଚିତ୍ରାଙ୍କନରେ ପ୍ରଥମ ପିନାୟକ ପରିଜା, ୨ୟ ସୈାମ୍ୟରଂଜନ ସେନାପତି ଓ ରଂଜନ ବେହେରା,୩ୟ-ସୈାମ୍ୟ ରଂଜନ ମହାରଣା,ମଧ୍ୟ ଇଂରାଜୀ ସ୍ତରୀୟ ବକ୍ତୃତା ପ୍ରତିଯୋଗୀତାରେ ପ୍ରଥମ ମନସ୍ୱୀ ଦାସ,୨ୟ ସୈାମ୍ୟ ମହାନ୍ତି, ୩ୟ ପ୍ରଞ୍ଜାଶ୍ରୀ ଶାସ୍ତ୍ରୀ,ସଂଗୀତରେ ପ୍ରଥମ ପୂଣ୍ୟ ପୁଲୋକିତ ପତି,୨ୟ ଜୋୟେଶ ପରିଡ଼ା,୩ୟ ଇତିଶ୍ରୀ ପରିଡ଼ା ଓ ସତ୍ୟ ଶିବମ ଦାସ, ଚିତ୍ରାଙ୍କନରେ ପ୍ରଥମ ସ୍ୱପ୍ନାଶ୍ରୀ ପ୍ରିୟଦର୍ଶନୀ ସାହୁ,୨ୟ ସିବମ ଚୈାଧୁରୀ,୩ୟ ଏସ୍ ସ୍ୱାତି ସୁଲଗ୍ନା,ସୈାମ୍ୟ ରଂଜନ ନାୟକ ଓ ବୈଭବ ବିଶ୍ୱ ପ୍ରକାସ,ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗୀତାରେ ପ୍ରଥମ ଅଭିରାମ ପରିଜା, ୨ୟ ଦିଶାଶ୍ରୀ ସୁପକାରଓ ଜିଜ୍ଞାସା ତ୍ରୀପାଠୀ, ୩ୟ ପୟାଶା ପ୍ରିୟଦର୍ଶନୀ ଓ ତନେଶା ତନ୍ମୟୀନୀ ଏବଂ ମହାବିଦ୍ୟାଳୟ ସ୍ତରୀୟ ଅନୁସ୍ଠିତ ହୋଇଥିବା ରଂଗୋଲି ଓ ଚିତା ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ପାଇଁ ସ୍ଥିର କରାଯାଇଛି ।