ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଚାଷୀ ମାନେ ଆତଙ୍କିତ
ନିମାପଡା, (ସନ୍ତୋଷ ଦାଶ):ବଙ୍ଗୋପସାଗର ରେ ସୃଷ୍ଟ ଲଘୁଚାପ ବାତ୍ୟା ରୂପ ନେଇ ଓଡ଼ିଶା ଉପକୂଳ ଆଡକୁ ଗତି କରୁଛି। ଏହା ଜଣାପଡିବା ପରେ ପୁରୀ ଜିଲ୍ଲା ଉପକୂଳ ଅଞ୍ଚଳ ର ଅଧିବାସୀ ଭୟଭୀତ ହୋଇ ପଡିଥିବାବେଳେ ଏହି ଅଞ୍ଚଳ ର ଚାଷୀମାନେ ଏକ ପ୍ରକାର ଆତଙ୍କିତ ହୋଇପଡିଛନ୍ତି। ବାତ୍ୟା ପ୍ରଭାବ ରେ ଯଦିଓ ପବନ ର ପ୍ରଭାବ କମ୍ ରହିବ ବୋଲି କୁହା ଯାଉଛି ବର୍ଷା ପରିମାଣ କିନ୍ତୁ ଅଧିକ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଗତ ଲଘଚାପ ଜନିତବର୍ଷା କାରଣରୁ ଅନେକ ଚାଷ
ନଷ୍ଟ ହୋଇ ଥିବାବେଳେ ପୁଣି ବର୍ଷା ହେଲେ ସମ୍ପୂର୍ଣ୍ଣ ଚାଷ ଉଜୁଡ଼ିଯିବା ଆଶଙ୍କା ସୃଷ୍ଟି ହୋଇଥିବାରୁ ଚାଷୀ ମାନେ ଆତଙ୍କିତ ହୋଇପଡିଛନ୍ତି । ଲଗାଣ ବର୍ଷାରେ ପାଣି ଜମି ରହି ଅନେକ ପାନ ବରଜ ନଷ୍ଟ ହୋଇ ଯାଇଥିବା ବେଳେ ପୁଣି ବର୍ଷା ହେଲେ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହେବ ବୋଲି ପାନଚାଷୀ ମାନେ ପ୍ରକାଶ କରି ଦୁଃଖ ରେ ଭାଙ୍ଗି ପଡି ଛନ୍ତି । କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଚିହ୍ନଟ କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁସାଧାରଣରେଦାବୀ ହେଉଛି।