ବାତ୍ୟା ଗୁଲାବ ପ୍ରଭାବ ରେ ଲଗାଣ ବର୍ଷାଜାରି ଚାଷୀକୂଳ ଚିନ୍ତାରେ

ନିମାପଡାତା, (ସନ୍ତୋଷ ଦାଶ) : ବଙ୍ଗୋପସାଗର ରେ ସୃଷ୍ଟି ବାତ୍ୟା ଗୁଲାବ ଏବେ ଉପକୂଳ ମୁହାଁ ହୋଇଛି। ଏହାର ପ୍ରଭାବ ରେନିମାପଡା, କାକଟପୁର, ଗୋପ, ଅସ୍ତରଙ୍ଗ ପ୍ରଭୃତି ଅଞ୍ଚଳରେ ଆଜି ସକାଳ ଠାରୁ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି । ଏଥି ସହିତ ପବନର ବେଗ ମଧ୍ୟ ବୃଦ୍ଧି ପାଉଛି । ବାତ୍ୟା ପ୍ରଭାବ ରେ ଏହି ଅଞ୍ଚଳ ରେ ବର୍ଷା ହେଉଥିବାରୁ ଚାଷୀକୂଳ ଚିନ୍ତା ରେ ପଡିଯାଇଛନ୍ତି । ଏବେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଧାନ ଓ ପନି ପରିବା ଚାଷ କ୍ଷତିଗ୍ରସ୍ତ ହୋଇ ଥିବାବେଳେ ପୁଣିବାତ୍ୟା ଜନିତ ବର୍ଷା ଚାଷ କୁ ସମ୍ପୂର୍ଣ୍ଣ ଭାବେ ଉଜାଡ଼ିଦେବବୋଲି କହିଛନ୍ତି ତୁଳସୀପୁର ଗ୍ରାମ ର ଚାଷୀ ରମେଶ କାଣ୍ଡି ଓ ସୁଧବାରୀ ମୂଳ ଗ୍ରାମ ର ରଘୁ ବେହେରା । ବାତ୍ୟା ପ୍ରଭାବ ରେ ଆରମ୍ଭ ହୋଇ ଥିବା ଲଗାଣ ବର୍ଷା ଚାଷୀ ଙ୍କ ଆଖିରୁ ନିଦ ଛଡ଼ାଇ ନେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ