ପତ୍ନୀଙ୍କ ତଣ୍ଟି ଚିପି ମାରିବା ପାଇଁ ଉଦ୍ୟମ, ସ୍ୱାମୀ ଗିରଫ

ବୁଗୁଡ଼ା, (ଅନିଲ ମହାରଣା):ବୁଗୁଡ଼ା ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ ବକ୍ସିପଲ୍ଲୀ ଗ୍ରାମରେ ପତ୍ନୀଙ୍କୁ ସନ୍ଦେହ କରି ତଣ୍ଟି ଚିପି ଜୀବନରେ ମାରି ଦେବାକୁ ଉଦ୍ୟମ କରିବା ଅଭିଯୋଗରେ ସ୍ୱାମୀ ରମେଶ ନାୟକଙ୍କୁ ଗିରଫ କରି ରବିବାର ଦିନ  କୋର୍ଟ ଚାଲାଣ କରାଯାଇଥିବା ବାଲିପଦର ଫାଣ୍ଡି ଓଆଇସି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି l ପତ୍ନୀ ବନିତାଙ୍କ ଅଭିଯୋଗ ପ୍ରକାରେ, ସ୍ୱାମୀ ରମେଶ ନାୟକ କିଛି କାମଧନ୍ଦା ନ କରି ସର୍ବଦା ମଦ ପିଇ ନିଶାରେ ରହୁଥିବା ବେଳେ ତିନି ସନ୍ତାନଙ୍କ ମୁହଁରେ ଆହାର ଦେବା ପାଇଁ ବନିତାକୁ ମୁଲ କାମ କରିବାକୁ ବାହାରକୁ ଯିବାକୁ ପଡୁଥିଲେ l ତେବେ ସ୍ତ୍ରୀ ପ୍ରତି ସନ୍ଦେହ କରି ରମେଶ ବହୁ ସମୟରେ ବନିତାକୁ ଗାଳି ଗୁଲଜ କରୁଥିବା ବେଳେ ଶୁକ୍ରବାର ଦିନ ରାତିରେ ରମେଶ ବନିତାକୁ ଗାଳି ଗୁଲଜ କରିବା ସହ ତଣ୍ଟି ଚିପି ମାରି ଦେବାକୁ ଉଦ୍ଯମ କରିଥିଲେ l ବନିତା କୌଶଳ କ୍ରମେ ଘରୁ ବାହାରକୁ ଖସି ପଳାଇ ଜୀବନ ରକ୍ଷା କରିଥିଲେ । ଶନିବାର ଦିନ ବନିତା ବାଲିପଦର ଫାଣ୍ଡିରେ ଅଭିଯୋଗ ଦେବାପରେ ବୁଗୁଡା ଥାନା କେସ ନଂ ୪୮୭/୨୧ ପ୍ରକାରେ ଏକ ମାମଲା ରୁଜୁ କରାଯାଇଥିଲା। ଅନୁସନ୍ଧାନ ପରେ ରମେଶଙ୍କୁ ଗିରଫ କରି କୋର୍ଟ ଚାଲାଣ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ