ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ କୋଣାର୍କ ରେ କିନ୍ନର ସଙ୍ଘ ପକ୍ଷରୁ କ୍ୟାଣ୍ଡେଲ ଜାଳି ଶୋକସଭା
କୋଣାର୍କ, (ଗଣେଶ ବେହେରା):କୋଣାର୍କ ମନ୍ଦିର ପରିସରରେ ଥିବା ନବଗ୍ରହ ମନ୍ଦିର ମୁଖ୍ୟ ଫାଟକ ଠାରୁ ରାଜାରାମ ମଠ ପ୍ରାଙ୍ଗଣ ପର୍ୟ୍ୟନ୍ତ କୋଣାର୍କ କିନ୍ନର ସଙ୍ଘ ପକ୍ଷରୁ ଯୁବ ସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ କ୍ୟାଣ୍ଡେଲ ଜାଳିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି। ଖବରରୁ ପ୍ରକାଶ ଯେ ଓଡିଶାର ଏକ ଘରୋଇ ଚ୍ୟାନେଲ ପ୍ରତିନିଧି ମହାନଦୀ ମଧ୍ୟରେ ଭାସି ଯାଉଥିବା ହାତୀ କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମ ସହ ନଦୀ ମଧ୍ୟକୁ ଯାଉଥିବା ବେଳେ ଦୁର୍ଭାଗ୍ୟ ବଶତଃ ବୋଟ ଟି ଓଲଟି ପଡିଥିଲା। ଏହି ଘଟଣା ଯୋଗୁଁ ତାଙ୍କର ଅକାଳ ମୃତ୍ୟୁ ଘଟିଛି। ଏନେଇ କୋଣାର୍କ କିନ୍ନର ସଙ୍ଘ ପକ୍ଷରୁ ନବଗ୍ରହ ମନ୍ଦିର ମୁଖ୍ୟ ଫାଟକ ଠାରୁ କ୍ୟାଣ୍ଡେଲ ଜାଳି ରାଜାରାମ ମଠ ଠାରେ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏହି ଶୋକସଭାରେ କୋଣାର୍କ କିନ୍ନର ସଙ୍ଘ ର ଲିଡ଼ର ଦୀପା କିନ୍ନର , ପରୀ , ମୁନୀ , ପିଙ୍କି, ସନ୍ଧ୍ୟା, ହରପ୍ରିୟା ଗାୟତ୍ରୀ ,ବର୍ଷା , ସନ୍ତୋସି, ଶ୍ରଦ୍ଧା ସମେତ କିନ୍ନର ମାନେ ଯୋଗଦାନ କରି ସ୍ବର୍ଗତ ଆତ୍ମାର ସଦଗତି କାମନା କରିବା ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।


