ଚନ୍ଦ୍ରଭଗା ବେଳାଭୂମି ର ସୁରକ୍ଷା ମୋ ଦାୟିତ୍ୱ ବାର୍ତା ନେଇ ଦ୍ବିତୀୟ ସପ୍ତାହ ରେ ପାଳିତ ହେଲା ଚନ୍ଦ୍ରଭଗା ବେଳାଭୂମି ସଫେଇ କାର୍ଯ୍ୟକ୍ରମ
କୋଣାର୍କ, (ଗଣେଶ ବେହେରା):ଅଳିଆ ଆବର୍ଜନା ରେ ପରିପୂର୍ଣ୍ଣ ଚନ୍ଦ୍ରଭଗା ବେଳାଭୂମି କୁ ଅଧିକ ଆକର୍ଷଣୀୟ ଓ ସୁନ୍ଦର କରି ରଖିବା ସହ ପରିଷ୍କାର ଓ ପରିଛନ୍ନ କରି ରଖିବା ର ଦୃଢ଼ ସଂକଳ୍ପ ନେଇ ଗତ ରବିବାର ଦିନ ଠାରୁ ପ୍ରତି ରବିବାର ସପ୍ତାହ ରେ ଗୋଟିଏ ଦିନ ଚନ୍ଦ୍ରଭଗା ବେଳାଭୂମି ର ସ୍ୱଚ୍ଛତା ପାଇଁ “ଚନ୍ଦ୍ରଭଗା ବେଳାଭୂମି ର ସୁରକ୍ଷା ମୋ ଦାୟିତ୍ୱ” ର ବାର୍ତା ନେଇ କୋଣାର୍କ ଭଗବତୀ ମହାବିଦ୍ୟାଳୟ ର ୫ ଜଣ ଛାତ୍ର ଆରମ୍ଭ କରିଥିଲେ ନିଜ ଯାତ୍ରା।ଯାହା ଏବେ ଦ୍ବିତୀୟ ସପ୍ତାହ ରେ ପହଁଚିଛି।ଦ୍ବିତୀୟ ସପ୍ତାହ ଅବସରରେ ଆଜି ଅପରାହ୍ନରେ ସେହି ୫ ଜଣ ଛାତ୍ର ବେଳାଭୂମି ରୁ ଅଳିଆ ଆବର୍ଜନା ଉଠାଇବା ସହ ଅନ୍ୟତ୍ର ଫୋପାଡିଥିଲେ।ଯାହା ଫଳରେ ଅଳିଆ ଆବର୍ଜନା ରେ ପରିପୂର୍ଣ୍ଣ ଏହି ବେଳାଭୂମି ଆକର୍ଷଣୀୟ ହୋଇ ଉଠିଥିଲା।ପୂର୍ବରୁ ବେଳାଭୂମି କୁ ପରିଷ୍କାର ରଖିବା ର ଦୃଢ଼ ଶପଥ ନେଇଥିବା କୋଣାର୍କ ଭଗବତୀ ମହାବିଦ୍ୟାଳୟ ର ୫ ଛାତ୍ର ଅନିଲ ସ୍ୱାଇଁ, ରାଜେଶ କୁମାର ସାହୁ, ଵିଶାଲ କୁମାର ନାୟକ, ରାକେଶ ପାତ୍ର ଓ ସୌଭାଗ୍ୟ ସ୍ୱାଇଁ ଙ୍କ ଏହି ମହାନ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ସେହି ଭଗବତୀ ମହାବିଦ୍ୟାଳୟ ର ଅନ୍ୟ ୫ ଜଣ ଛାତ୍ର ଆଶିଷ ପରିଡା,ରାଜେନ୍ଦ୍ର ମଲ୍ଲିକ,ଓମ ପ୍ରକାଶ ରାଉତରାୟ,ସୁଜିତ କାଣ୍ଡି, ଜଗନ୍ନାଥ ବେହେରା,ଅବିନାଶ ବରାଳ ଆଜି ଠାରୁ ବେଳାଭୂମି ର ଦାୟିତ୍ୱ ନେବା ଏବଂ ବେଳାଭୂମି କୁ ସଫେଇ କରି ଏହାକୁ ସୁନ୍ଦର ଓ ଆକର୍ଷଣୀୟ କରି ରଖିବା ପାଇଁ ମନ ବଳାଇ ଏଥିରେ ଯୋଗ ଦେଇଛନ୍ତି। କଲେଜ ପଢୁଆ ଏହି ଛାତ୍ର ମାନେ ନିଜ ଅଞ୍ଚଳ ପାଇଁ ନେଉଥିବା ଏଭଳି ପଦକ୍ଷେପ କୁ ଅଞ୍ଚଳବାସୀ ସାଦର ରେ ଗ୍ରହଣ କରିବା ସହ ବୁଦ୍ଧିଜୀବି ମହଲ ରେ ବେଶ ପ୍ରଶଂସା ସାଉଁଟିଛନ୍ତି।


