ଜିଲ୍ଲାସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି’ ପ୍ରତିଯୋଗିତା ଉଦ୍‌ଯାପିତ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଗଞ୍ଜାମ ଜିଲ୍ଲା କଳା ସଂସ୍କୃତି ସଂଘ, ଓଡିଆ ଭାଷାସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି’ ପ୍ରତିଯୋଗିତା ବୁଧୁବାର ଉଦ୍‌ଯାପିତ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକରୁ ବିଭିନ୍ନ ଲୋକନୃତ୍ୟ ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ସାହସପୁର ନୃସିଘଂନାଥ ନାଟ୍ୟ ସଂଘର ପ୍ରହଲ୍ଲାଦ ନାଟକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶୁଣ୍ଢୀପଲ୍ଲୀ ଲକ୍ଷ୍ମୀନୃସିଘଂ ନାଟ୍ୟ ସଂଘର ପ୍ରହଲ୍ଲାଦ ନାଟକ ଦ୍ୱିତୀୟ ସ୍ଥାନ, ପଟାବାବୁଲି ଶ୍ରୀ ଶ୍ରୀ ମା’ ଗ୍ରାମ ଦେବତୀ ନାଟ୍ୟ କଳା ସଂସଦର କୃଷ୍ଣଲିଳା ତୃତୀୟ ସ୍ଥାନ, ଦିଗପହଣ୍ଡି ବିଚିତ୍ର ବର୍ନାଳି ନାଟ୍ୟ ସଂସଦର ସଖୀନାଚ ଚତୁର୍ଥ ସ୍ଥାନ ଏବଂ ଗୁଡିଆପଲ୍ଲୀ ଜଗନ୍ନାଥ ନାଟ୍ୟକଳା ସଂସଦର ଭାରତଲିଳା ଓ ରକଷ୍ଟାର ଡ୍ୟାନ୍ସର ବାଘନୃତ୍ୟ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । କୃତୀତ୍ୱ ହାସଲ କରିଥିବା ନାଟ୍ୟ ସଂଘ ଆଗାମୀ ଦିନରେ ରାଜ୍ୟସ୍ତରୀୟ ଲୋକକଳା ଟ୍ରଫି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରାରମ୍ଭରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଏହାର ଶୁଭ ଉଦଘାଟନ କରିଥିଲେ । ସନ୍ଧ୍ୟାରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କୃତୀ କଳାକାର ସଂଘକୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ରବିନାରାୟଣ ବେହେରା, ଗଞ୍ଜାମ ଜିଲ୍ଲା କଳାକାର ସଂଘର ଉପସଭାପତି ସନ୍ତୋଷ କୁମାର ପାଢୀ ଓ ସଂସ୍କୃତି ବିଭାଗର ଅବସରପ୍ରାପ୍ତ ଉପନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ନିଶଙ୍କ ପ୍ରମୁଖ ଯୋଗଦେଇଥିଲେ । ଗଞ୍ଜାମ ଜିଲ୍ଲା ଲୋକ କଳାକାର ସଂଘର ଉପସଭାପତି ସନ୍ତୋଷ କୁମାର ପାଢୀ, ସଖୀନାଚ ଗୁରୁ କାଳୁଚରଣ ସାହୁ, ଲୋକନୃତ୍ୟ ଗୁରୁ ନାରାୟଣ ମହାରଣା, ରଣପା ଓ ଯୋଡିଶଙ୍ଖ ଗୁରୁ ଶରତ ଚନ୍ଦ୍ର ମହାପାତ୍ର, ଦାଶକାଠିଆ ଗୁରୁ ଉପେନ୍ଦ୍ର କୁମାର ପାଣିଗ୍ରାହୀ ପ୍ରମୁଖ ବିଚାରକମଣ୍ଡଳୀ ଭାବେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ