୫-ଟି ରୁପାନ୍ତରିତ ଦୁଇଟି ହାଇସ୍କୁଲରେ ଚାଲିଥିବା କର୍ଯ୍ୟ ବୁଲି ଦେଖିଲେ ଛତ୍ରପୁର ବିଧାୟକ

ଛତ୍ରପୁର, (ଦେବଦତ୍ତ ମହାରଣା) : ଯୁଗପୋଯଗୀ ଓ ଆଧୁନିକ ଶିକ୍ଷା ଛାତ୍ରଛାତ୍ରୀ ମାନେ ପାଇବା ନିମନ୍ତେ ରାଜ୍ୟ ସରକାରଙ୍କ ୫-ଟି ହାଇସ୍କୁଲ ଟ୍ରାନସଫରମେସନ୍ ବିଦ୍ୟାଳୟ ଭାବେ ପରିଗଣିତ କରିବା ନିମନ୍ତେ ଛତ୍ରପୁର ବ୍ଲକର ତିନୋଟି ହାଇସ୍କୁଲ ଚିହ୍ନଟ କରାଯାଇ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ଏହି ସମସ୍ତ କାର୍ଯ୍ୟ ଗୁଡିକ ଛତ୍ରପୁର ବ୍ଲକ ପକ୍ଷରୁ କାର୍ଯ୍ୟ କରାଯାଉଛି । ଶୁକ୍ରୁବାର ନରେନ୍ଦ୍ରପୁର ହାଇସ୍କୁଲ ଏବଂ ଚମାଖଣ୍ଡି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଚାଲିଥିବା ୫-ଟି ରୁପାନ୍ତରିତ କାର୍ଯ୍ୟ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ବୁଲି ଦେଖିବା ସହ କାର୍ଯ୍ୟଗୁଡିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ଏବଂ ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟ ଭାବେ କାର୍ଯ୍ୟକ୍ଷମ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି, ବ୍ଲକ ଆସିଷ୍ଟାଣ୍ଡ ଇଂଜିନିୟର ଦିଗାମ୍ବର ନାୟକ, ନରେନ୍ଦ୍ରପୁର ସରପଂଚ ବାବୁଲା କୁମାର ବେହେରା, କନିଷ୍ଟ ଯନ୍ତ୍ରୀ ଚନ୍ଦ୍ରଶେଖର ଷଡଙ୍ଗୀ, ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ, ନରେନ୍ଦ୍ରପୁର ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ