ସ୍ୱଚ୍ଛତା ହିଁ ପବିତ୍ରତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅକ୍ଟୋବର ୨ ତାରିଖ, ଗାନ୍ଧିଜୟନ୍ତୀ । ଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ପାଳନ କରୁଛି । ଏ ନେଇ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କେଉଁଠି ରାମଧୂନ, ପଦଯାତ୍ରା, ସଂକୀର୍ତ୍ତନ, ପ୍ରାର୍ଥନା ସଭା ତ ଆଉ କେଉଁଠି ସ୍ୱଚ୍ଛ ଭାରତ ପରି ନାନାଦି କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ଗାନ୍ଧିଜୀଙ୍କ ସ୍ୱଚ୍ଛ ଓ ସବୁଜିମାର ମହାନ୍ ମନ୍ତ୍ରକୁ ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ଆପଣାଇ ରଙ୍ଗ, ବେରଙ୍ଗ ମୁରୁଜରେ ତିଆରିଛନ୍ତି ଗାନ୍ଧିଜୀଙ୍କ ଚଷମାର ଚିତ୍ର । ଚଷମାର ଗୋଟିଏ ପଟେ ସ୍ୱଚ୍ଛ ଭାରତ, ଆଉ ଗୋଟିଏ ପଟେ ସବୁଜ ଭାରତକୁ ସ୍ଥାନିତ କରିଛନ୍ତି । ତଳେ ଇଂରାଜୀ ଭାଷାରେ ରହିଛି ଏକ ମନଛୁଆଁ ସ୍ଲୋଗାନ୍ ‘କ୍ଲିନ୍‌ଲିନେସ୍ ଇଜ୍ ନେକ୍‌ଷ୍ଟ ଟୁ ଗଡ଼ଲିନେସ୍‌’ ଅର୍ଥାତ୍ ସ୍ୱଚ୍ଛତା ହିଁ ପବିତ୍ରତା ଲେଖି ଏକ ବଳିଷ୍ଠ ବାର୍ତ୍ତା ଜନସାଧାରଣଙ୍କୁ ଦେବା ପାଇଁ ପ୍ରୟାସ କରିଛନ୍ତି । ଯେଉଁ ଦେଶ ଯେତେ ସ୍ୱଚ୍ଛ ଓ ସବୁଜିମାମୟ, ସେ ଦେଶ ସେତେ ସମୃଦ୍ଧ । ଦେଶର ଗୌରବ ବି ବଢିଥାଏ । ଯଦ୍ୱାରା ସାମାଜିକ, ଆର୍ଥିକ, ବ୍ୟବସାୟିକସ୍ତରରେ ସକରାତ୍ମକ ପ୍ରଭାବ ପଡ଼ିଥାଏ । ଏକ ସ୍ୱଚ୍ଛ ପରିବେଶ ଏବଂ ମୁକ୍ତ ପ୍ରଦୂଷଣ ଦ୍ୱାରା ଏକ ପ୍ରଗତିଶୀଳ ରାଷ୍ଟ୍ର ଗଠନର ଲକ୍ଷ୍ୟ ସମ୍ଭବ । ଏଣୁ ରାଜନୀତିକ ସ୍ୱତନ୍ତ୍ରତା ଠାରୁ ସ୍ୱଚ୍ଛତା ଅଧିକ ଜରୁରୀ ବୋଲି ଗାନ୍ଧିଜୀଙ୍କର ଏହା ଥିଲା ମହାମନ୍ତ୍ର । ଦେଶର ପ୍ରତିଟି ନାଗରିକ ଗାନ୍ଧିଜୀଙ୍କର ଏହି ମହାମନ୍ତ୍ରରେ ଉଦ୍‌ବୁଦ୍ଧ ହୋଇ ଦୃଢ ସଂକଳ୍ପ ନେବା ନିତାନ୍ତ ଆବଶ୍ୟକ ବୋଲି ଶ୍ରୀ ସାହୁ ଆଶାପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ