ବାହାଡାପଦର ଉଚ୍ଚ ବିଦ୍ୟାଳୟରେ ସ୍ବଚ୍ଛତା ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ
ଭଞ୍ଜନଗର, (ସନ୍ତୋଷ ଜେନା):ଭଞ୍ଜନଗର ବ୍ଳକ ସାନକୋଦଣ୍ଡା କ୍ଳଷ୍ଟର ରେ ସ୍ବଚ୍ଛତା ଆକସନ ପ୍ଳାନ (ୱାସ) ଓ ବିଦ୍ୟାଳୟ ଗୁଡିକରେ ସ୍ବଚ୍ଛତା ବଜାୟ ନିମିତ୍ତ ଏକ ଆଲୋଚନା ଚକ୍ର ବାହାଡାପଦର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଏ.ବି.ଇ.ଓ ତଥା ଅଲୋଷ୍ଟା ର ରାଜ୍ୟ ସଭାପତି ଜଗବନ୍ଧୁ ଜେନା,ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ସାନକୋଦଣ୍ଡା ସି.ଆର୍.ସି.ସି ସନ୍ତୋଷ କୁମାର ସାହୁ ଓ ଡୁମାକୁମ୍ପା କ୍ଳଷ୍ଟର ସି.ଆର୍.ସି.ସି ତ୍ରିନାଥ ବେହେରା ଏବଂ ବାଉଁଶଲୁଣ୍ଡି କ୍ଳଷ୍ଟର ସି.ଆର୍.ସି.ସି ସନ୍ତୋଷ ସାହୁ ସମ୍ବଳ ଶିକ୍ଷକ ରୂପେ ଯୋଗ ଦେଇ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦,ଫାଉଣ୍ଡେସନାଲ ଲିଟରେସି ଓ ନ୍ୟୁମେରିସ,ନେସନାଲ ଏଚିଭମେଣ୍ଟ ସର୍ଭେ ସମ୍ବନ୍ଧୀୟ ମଧ୍ୟ ଆଲୋଚନା କରିଥିଲେ ପ୍ରାୟ ପଚାଶରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ପିଲାଙ୍କୁ କିପରି ଡୋର ଷ୍ଟେପ ରେ ନାସ୍ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ବଣ୍ଟନ ହେବ ,ଡେଡିକେଟେଡ ଟିଚରସ୍ କିପରି ଏଫ.ଏଲ୍.ଏନ୍ କାର୍ଯ୍ୟକ୍ରମ ପରିଚାଳନା କରିବେ ଏବଂ ୱାସ ପ୍ରୋଗ୍ରାମ ଅଧିନରେ କିପରି ବିଦ୍ୟାଳୟଗୁଡିକରେ ପାନୀୟ ଜଳ ଉପଲବ୍ଧ, ସ୍ବଚ୍ଛ ଟୟଲେଟ ଏବଂ ଉତ୍ତମ ସାନିଟାଇଜେସନ ବ୍ୟବସ୍ଥା ପାଇଁ ଯୋଜନା କରାଯିବ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ଶେଷରେ ଶିକ୍ଷୟିତ୍ରୀ ଜୋତ୍ସାଦେବୀ ଧନ୍ୟବାଦ ଅର୍ପଣ କରିଥିଲେ


