ବିପୁଳ ପରିମାଣର ଗଞ୍ଜେଇ ସହିତ: ୨ ଗିରଫ

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଓ ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ ଶ୍ରୀ ହରିହର ସିଂ  ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଲେଶ୍ୱର ସଦର-୨ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଭବେଶ ଦାସ ଓ ଏ.ପି.ଆର ଫୋର୍ସ ଓ ଅବକାରୀ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସଦର ଥାନା ଅନ୍ତର୍ଗତ କୁରୁଡ଼ା ବଜ଼ାର  ଓ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ ଏରିଆ ରେ ଚଢ଼ାଉ କରାଯାଇ ୨୫ କେଜି ଗଞ୍ଜାଇ ଜବତ କରାଯିବା ସହିତ ଏଥିରେ ସମ୍ପୃକ୍ତ  ୦୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଆସାମୀ ମାନେ ହେଲେ ୱେଷ୍ଟ ବେଙ୍ଗଲ ଚନନଗର ଗ୍ରାମର ସୁରଜିତ ପାଲ ଓ ଜଗତସିଂହପୁର ଜିଲ୍ଲା ଗଡ଼ହରିସପୁର ଗ୍ରାମର ଜଗନ୍ନାଥ ପଣ୍ଡା। ଜବତ ଗଞ୍ଜାଇ ର ଆନୁମାନିକ ମୂଲ୍ୟ ୨ ଲକ୍ଷ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ଲମ୍ବୋଦର ମହନ୍ତ, କନେଷ୍ଟବଳ  ସେକ କରିମ, ସୁବୀରକାନ୍ତ ବେହେରା, ପଙ୍କଜ ମହାନ୍ତି, ନହାନ ମୁର୍ମୁ, ସୁନାରାମ ସୋରେନ ପ୍ରଭୂତି ଷ୍ଟାଫ୍ ସାମିଲ ଥିଲେ । ଏନେଇ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଓ ସଦର ଅବକାରୀ ଥାନା ପକ୍ଷରୁ ମୋଟ 0୨ ଗୋଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ