ନିଟ ପ୍ରଶ୍ନ ପତ୍ର ପ୍ରଘଟକୁ ବିରୋଧ କରି ଶିକ୍ଷା ସୁରକ୍ଷା ମଞ୍ଚର ପ୍ରତିବାଦ
ବାଲେଶ୍ବର(ସରୋଜ ପଣ୍ଡା): ନିଟ ପ୍ରଶ୍ନ ପତ୍ର ପ୍ରଘଟକୁ ବିରୋଧ କରି ଶିକ୍ଷା ସୁରକ୍ଷା ମଞ୍ଚ ଏକ ଭିନ୍ନ ଧରଣର ପ୍ରତିବାଦ ଆରମ୍ଭ କରିଛି ଏହି କ୍ରମରେ ମଞ୍ଚର ସଂଯୋଜକ ରଘୁନାଥ ଲେଙ୍କାଙ୍କ ନେତୃତ୍ୱରେ ଚଳିତ ମାସ 17 ତାରିଖ ପାଖରୁ ଆଉ ଥରେ ନିଟ ପରୀକ୍ଷା ହେବା ପର୍ଯ୍ୟନ୍ତ ଚାଲୁ ରହିବ ! ସହରର ବିଭିନ୍ନ ଜନ ଗହଳି ସ୍ଥାନ, ଏ ଡି ଏମ ଛକ ଖାଦ୍ୟ ବଜ଼ାର, ଗୋପବନ୍ଧୁ ପାର୍କ, ଗୋଳା ପୋଖରୀ, ସିନେମା ଛକ, ଟାଉନ ଥାନା, ଆଜ଼ିମାବାଦ ପ୍ରଭୃତି ସ୍ଥାନ ମାନଙ୍କରେ ହାତରେ ” ନିଟ ପ୍ରଶ୍ନ ପତ୍ର ଲିକ କରି ପିଲାଙ୍କ ଜୀବନ ସହ ଖେଳ ଖେଳିବା ବନ୍ଦ କର ” ” କେନ୍ଦ୍ର ସରକାର ହାଏ ହାଏ, ଛି, ଛି, ଥୁ, ଥୁ ଲେଖା ଥିବା ପ୍ଲାକାର୍ଡ ଧରି ଜାଗୋ ଭୋଟର ଜାଗୋ ଲେଖା ଥିବା ଲିଫଲେଟ ବାଣ୍ଟି 2016, 2017, 2021, 2024 ଏବଂ 2026 ପ୍ରଶ୍ନ ପତ୍ର ଲିକ ପାଇଁ ସିଧା ସଳଖ କେନ୍ଦ୍ର ସରକାରଙ୍କ ବେପରୁଆ ମନୋଭାବକୁ ସମାଲୋଚନା କରିବା ସହ 24 ମସିହାରେ ପ୍ରଶ୍ନ ପତ୍ର ପ୍ରଘଟରେ ଦାୟି ସେ ସମୟର ଏନ ଟି ଏ ନିର୍ଦେଶକଙ୍କୁ ସାମୟିକଭାବେ ନିଲମ୍ବନ କରି ପରବର୍ତୀ ସମୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ କରିବା ପଛରେ କି ରହସ୍ୟ ରହଛି ବୋଲି ପ୍ରଶ୍ନ କରି ଅଛନ୍ତି ! ଏହି କ୍ରମରେ ଗତକାଲି ସିନେମା ଛକରେ ଏକ ପଥ ପ୍ରାନ୍ତର ସଭା ସଂଯୋଜକ ଶ୍ରୀ ଲେଙ୍କାଙ୍କ ସଭାପତିତ୍ୱର ଅନୁଷ୍ଠିତ ହୋଇଥିଲା ! ମଞ୍ଚର ଅନ୍ୟ ଜଣେ ସଂଯୋଜକ ପ୍ରତିମା ପଣ୍ଡା ପ୍ରଶ୍ନ ପତ୍ର ପ୍ରଘଟ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟି କରି ଶିକ୍ଷା ମନ୍ତ୍ରୀଙ୍କ ବହିଷ୍କାର ଦାବୀ କରିଥିଲେ ! ସଭ୍ୟ ଜ୍ୟୋତ୍ସ୍ନା ସେନାପତି, ଆଡ଼ଭୋକେଟ ଜ୍ୟୋତି ବାରିକ, ଆଡ଼ଭୋକେଟ ଶ୍ରୀକୃଷ୍ଣ ନାୟକ,ମିନତୀ ସେଠୀ ପ୍ରଭୃତି ନିଜର ବକ୍ତବ୍ୟ ରଖିଥିଲେ ଶେଷରେ ଜିଲ୍ଲା ଓକିଲ ସଂଘ ସଭାପତି ମଞ୍ଚର ଏତାଦୃଶ କାର୍ଯ୍ୟକ୍ରମକୁ ପ୍ରସଂଶା କରି ବହୁ ତଥ୍ୟ ସମ୍ବଳିତ ଉପାଦେୟ କଥା କହି ଜନତା ଜନାର୍ଦ୍ଦନଙ୍କୁ ଦେଶ ବଞ୍ଚାଇବା ପାଇଁ ଆହ୍ୱାନ ଜଣାଇଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ଇକବଲ ଖାଁ, ଯଦୁନାଥ ସେଠୀ, ବୁଲା ବିଶ୍ୱାଳ, ଶଙ୍ଖ ମାରାଣ୍ଡି, କୁନ୍ଦନ ଦାସ, ଶେଖ ଭୋଲା, ରିଜୁ ଖାଁ ପ୍ରଭୃତି ଉପସ୍ଥିତ ଥିଲେ !


