ଶାରଦୀୟ ପାର୍ବଣ ପୂଜା ପାଇଁ ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର

ନିମାପଡା, (ସନ୍ତୋଷ ଦାଶ):ଆଶ୍ଵିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଠାରୁ ପ୍ରାଚୀ ଉପତ୍ୟକା ର ଦୂର୍ଗା , ଚାମୁଣ୍ଡା, ଗ୍ରାମଦେବତୀ ମନ୍ଦିର ମାନଙ୍କ ରେ ପାରମ୍ପରିକ ପ୍ରଥାନୁସାରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ଶୁକ୍ଳ ନବମୀ ପର୍ଯ୍ୟନ୍ତ ସବୁ ଶକ୍ତି ମନ୍ଦିର ମାନଙ୍କ ରେ ରୀତିନୀତି ଅନୁଯାୟୀ ଷୋଳପୂଜା ଅନୁଷ୍ଠିତ ହେବ ବୋଲି କହିଛନ୍ତି ପଣ୍ଡିତ ଅନ୍ତର୍ଯ୍ୟାମୀ କର । ପ୍ରତିଦିନ ମନ୍ଦିର ମାନଙ୍କ ରେ ଦେବୀ ମାନଙ୍କୁ ପାର୍ବଣ ପାଇଁ ଆମିଷ ଭୋଗ ଲାଗି କରାଯିବ। ବିଶିମାତ୍ରୀ ର ହରଚଣ୍ଡୀ ମନ୍ଦିର,ମୋଟିଆଁ ର ଦୂର୍ଗା ମନ୍ଦିର, ଗଡ ଝିଙ୍କିରିଆ ର କନକ ଦୂର୍ଗା ମନ୍ଦିର, ଚଉରାଶି ର ବାରାହୀ ଓ ଜାଗୁଳାଇ ମନ୍ଦିର, ଅମରେଶ୍ୱର ର ଭଟ୍ଟାରିକା ମନ୍ଦିର, ଆମ୍ବାପଡ଼ା ର ଦୂର୍ଗା ମନ୍ଦିର,ପିତାପଡ଼ା ର ଦୂର୍ଗାମନ୍ଦିର ରେ ରୀତିନୀତି ଅନୁସାରେ ଷୋଳ ପୁଜା ଆରମ୍ଭ ହୋଇଛି। ଶାରଦୀୟ ପାର୍ବଣ ପୂଜା ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇପଡ଼ିଛି । ଭୌମ୍ୟକର ଶାସନ ସମୟରୁ ପ୍ରାଚୀ ଉପତ୍ୟକା ରେ ଦୂର୍ଗାପୂଜା ହୋଇ ଆସୁଥିବା ଐତିହାସିକ ତଥା ଗବେଷକ ଡଃ. ହରେକୃଷ୍ଣ ମହତାବ ତାଙ୍କ ରଚିତ ଓଡିଶା ଇତିହାସ ରେ ପ୍ରକାଶ କରିଥିବାବେଳେ ୭ମ/୮ମ ଶତାବ୍ଦୀ ସମୟ ରୁ ପ୍ରାଚୀ ଉପତ୍ୟକା ରେ ଦୂର୍ଗାପୂଜା ହୋଇ ଆସୁଥିବା ଐତିହାସିକ ଶ୍ୟାମସୁନ୍ଦର ତ୍ରିପାଠୀ ମତ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ