ଶାନ୍ତି, ଅହିଂସା ଓ ମାନବବାଦର ସର୍ବକାଳୀନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶାନ୍ତିର ପ୍ରତୀକ ଲାଲବାହାଦୁର ଶାସ୍ତ୍ରୀଙ୍କ ୧୫୨ତମ ଓ ୧୧୭ତମ ଜୟନ୍ତୀ ଓ ଶହୀଦ ରଘୁ ଦିବାକରଙ୍କ ସ୍ଥାନୀୟ ପ୍ରତିମୂର୍ତ୍ତିସ୍ଥଳଠାରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ଅଧ୍ୟାପକ, ବରିଷ୍ଠ ପୂଜ୍ୟପୂଜା ପ୍ରାଣ ରମେଶ ଚନ୍ଦ୍ର ପାତାଳସିଂହ, ପ୍ରାଧ୍ୟାପକ ସାମ୍ବାଦିକ ଡଃ ଅସିତ୍ ଦାସ ତଥା ବରିଷ୍ଠ ପୂଜ୍ୟପୂଜା ପ୍ରାଣ ବ୍ରଜବନ୍ଧୁ ପରିଡ଼ା ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ଶାନ୍ତି, ଅହିଂସା, ମାନବବାଦର ସର୍ବକାଳୀନ ଆଦର୍ଶ ଥିଲେ ଉକ୍ତ ଦୁଇ ମହାପୁରୁଷ । ଦେଶଭକ୍ତି, ଜନସେବା ପ୍ରମୁଖକୁ ଗୁରୁତ୍ୱ ଦେବା ସହିତ ସାଧାରଣ ଜନତାଙ୍କ ସ୍ୱାର୍ଥ କିପରି ହାସଲ ହୋଇପାରିବ ତାହା ଉପରେ ସର୍ବଦା ବ୍ରତୀ ରହୁଥିଲେ । ଆଜିର ଯୁବପିଢ଼ୀ ପୂଜ୍ୟପୂଜା ଓ ଦେଶପ୍ରେମକୁ ପ୍ରାଧାନ୍ୟ ଦେବା ସହିତ ମାତୃଭାଷା ଓ ମାତୃଭୂମିର ସୁରକ୍ଷା ଦିଗରେ ଅଗ୍ରସର ହୁଅନ୍ତୁ ବୋଲି ଅତିଥିମାନେ ଆହ୍ୱାନ ଦେବା ସହିତ ସର୍ବଦା ସରଳ, ଅମାୟିକ ଜୀବନଯାପନ କରିବାପାଇଁ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଶାନ୍ତି ଓ ସମାଜସେବା ପାଇଁ ସମିତା ମହାରଣାଙ୍କୁ ଲାଲବାହାଦୁର ଶାସ୍ତ୍ର ସ୍ମୃତି ସମ୍ମାନ ଓ ପୂଜ୍ୟପୂଜା ପ୍ରାଣ ଶୁଭମ୍ ମହାନ୍ତିଙ୍କୁ ଶହୀଦ ରଘୁ ଦିବାକର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ସଂଯୋଜକ ବାପୁ ଓଝା ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଅଭିଯାନର ସୀତାଂଶୁ ଶେଖର ମହାରଣା, ତନ୍ମୟ ସାମନ୍ତରାୟ, ପ୍ରମୋଦ ଦେବ, ନାରାୟଣ ଖୁଣ୍ଟିଆ, ରୋହିତ କୁମାର ପ୍ରମୁଖ ଯୋଗଦେଇଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


