ବିଜୁ ଯୁବ ଜନତା ଦଳର ଜନସେବା କାର୍ଯ୍ୟକ୍ରମ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ଦୀର୍ଘ ୧ମାସ ଧରି ବିଭିନ୍ନ ଜନସେବା ମୂଳକ କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେଉଛି । ସେହି କ୍ରମରେ କେନ୍ଦ୍ରାପଡା ଜିଲ୍ଲା ବିଜୁ ଯୁବ ଜନତା ଦଳ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସଫେଇ କାର୍ଯ୍ୟ ଆରମ୍ଭ କରିଥିବା ଏହି ୧ମାସ ବ୍ୟାପି କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ସଫେଇ କାର୍ଯ୍ୟକ୍ରମ ହାତକୁ ନେଇଥିଲା । ଜିଲ୍ଲା ଯୁବ ସଭାପତି ରାଜେଶ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ସର୍ବପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତୀରେ ମାଲ୍ୟାର୍ପଣ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଯୁବ ଜନତା ଦଳର କାର୍ଯ୍ୟକର୍ତ୍ତାମାନଙ୍କ ସହିତ ମିଶି ପରିସରକୁ ସଫେଇ କରିବା ସହିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛତା ସହିତ କେତେ ନିବିଡ ସମ୍ପର୍କ ଥିଲା ସେ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ଜନତା ଦଳ ଉପସଭାପତି ଦେବଦାସ ମହାନ୍ତି, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭୋଳ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ପ୍ରାକ୍ତନ ପୌରାଧ୍ୟକ୍ଷ ଧିରେନ ସାହୁ, କାଳି ପ୍ରସାଦ ମିଶ୍ର, ହିରଣ୍ୟ ପଣ୍ଡା, ବିଜୟ ପତି, ସ୍ନେହପ୍ରଭା ତ୍ରିପାଠୀ, ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ସେକ ଇନାୟତ(ଚନ୍ଦନ), ଆଲୋକ ସାହୁ, ମଙ୍ଗଳ ବରଣ ସିଂ, ନଗର ସଭାପତି ଯଯାତି କେଶରୀ ମହାନ୍ତି, ଦେବାଶିଷ କୁବେର, ପ୍ରମୋଦ ପ୍ରଧାନ, ଅଜୟ ମହାନ୍ତି, ସୟଦ ଅକମଲ ଅଲ୍ଲୀ, ଲୋହିତ ମହାନ୍ତି, ତ୍ରିଲୋଚନ ଦାସ, ବିଜୁ ଯୁବ ଜନତା ଦଳ ଜିଲ୍ଲା ଉପ ସଭାପତି ମହେନ୍ଦ୍ର ମିଶ୍ର, ସାଧାରଣ ସମ୍ପାଦକ ରଞ୍ଜନ କୁମାର ସାହୁ, ଉମେଶ ନାୟକ, ଲେଲିନ ସ୍ୱାଇଁ, ନିରଞ୍ଜନ ବାରିକ, ମହେଶ ପାଢୀ, ରଞ୍ଜନ କର, ରକିବୁର ରହେମାନ, ନଗର ସଭାପତି ମାନସ ଦାସ, ବ୍ଲକ ସଭାପତି ସଙ୍ଗମ କେଶରୀ ସାମଲ, ସୁମନ୍ତ ପରିଡା, ମିହିର କୁମାର ସ୍ୱାଇଁ, ସୁଧିର ଜେନା, ବଳଭଦ୍ର ପଣ୍ଡା, ରମାକାନ୍ତ ମହାନ୍ତି, ଆଲୋକ ମହାଳି ପ୍ରମୁଖ ଯୋଗଦେଇ ଡାକ୍ତରଖାନା ପରିସରକୁ ସଫେଇ କରିଥିଲେ । ଶେଷରେ ବିଜୟ କୁମାର ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ