ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଆଜାଦୀ ର ୭୫ତମ ମହୋତ୍ସବ ଲୋକକଳା
ଧାମନଗର ( ସନ୍ତୋଷ କୁମାର ପ୍ରଧାନ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭପୁର ଗ୍ରା.ପ ର ବନ୍ଧଟିଆ ଗ୍ରାମ ଝାଟିଆସାହି ବଜାର ଠାରେ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କର୍ମେ ଲୋକକଳା ମହୋତ୍ସବ ତଥା ଆଜାଦୀର ଏହି ମହୋତ୍ସବର ତୃତୀୟ ବାର୍ଷିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ୟ୍ୟକ୍ରମରେ , ଜିଲ୍ଲାପାଳ ଶ୍ରୀ ଯୁକ୍ତ ତ୍ରିଲୋଚନ ମାଝୀ, ଅତିରିକ୍ତ ଜିଲ୍ଲାପାଳ ମଧୁସୁଧନ ଦାସ. ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଅଶୋକ ନାଏକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ,ଆୟୋଜକ ଶ୍ରୀ ଯୁକ୍ତ ସୁବାସ ଚନ୍ଦ୍ର ମଲିକ, ବାଣୀ କବି ଶ୍ରୀ ଯୁକ୍ତ ଦୟାନିଧି ମିଶ୍ର, ସାଂସଦ ପ୍ରତିନିଧି ଶ୍ରୀ ଯୁକ୍ତ ନାରାୟଣ ଚନ୍ଦ୍ର ସାହୁ.ସ୍ଵାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ. ଶିଳ୍ପୀ ବିଶ୍ୱଦର୍ଷି ଦାସ. ନରେନ୍ଦ୍ର ମଲ୍ଲିକ. ଦାମୋଦର ମଲ୍ଲିକ.ସୂର୍ୟ୍ୟକାନ୍ତ ଓ ମନୋଜ କୁମାର ଭୂଇଁୟା.ନୁରସିଂହ ଚରଣ ବେହେରା.ରମେଶ ଚନ୍ଦ୍ର ଯେନା ପ୍ରମୁଖ ମଞ୍ଚାସୀନ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।ଏହି ଲୋକକଳାକୁ କେମିତି ଆହୁରି ଉନ୍ନତ କରାଯିବ ସେ ବିଷୟରେ ସମସ୍ତ ମଞ୍ଚାସୀନ ଅତିଥିମାନେ ନିଜର ବକ୍ତବ୍ୟ ମାଧ୍ୟମରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ. ସର୍ବଶେଷରେ ଢୁଲକି ବାଦ୍ୟ,ଓଡ଼ିଶୀ ନୃତ୍ୟ. କ୍ରୀତନ. ଅଲେଖ ସାଧୁ ମାନଙ୍କ ଦ୍ୱାରା ମହିମା ଭଜନ. ସତ୍ୟନାରାୟଣ ପୂଜା ଓ ବାଡି ଖେଳର ଆଶର ଜମିଥିବାର ଦେଖି ବାକୁ ମିଳିଥିଲା ଯାହା ଆମ ଓଡ଼ିଆ ଜାତି ଓ ଓଡ଼ିଆ ସଂସ୍କୃତି ର ପାରାମ୍ପପାରିକ ଲୋକ କଳା


