କୋଇଲା ଟ୍ରାକ୍ଟର ଜବତ, ଜଣେ ଗିରଫ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଫାଣ୍ଡି ଅଧିନ ଝୁଟୁଣା ଠାରୁ ଏକ ବେଆଇନ କୋଇଲା ବୋଝେଇ ଟ୍ରାକ୍ଟର ଜବତ ହୋଇଥିବା ଜଣାଯାଇଛି । ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନିର୍ଦେଶ କ୍ରମେ ଫାଣ୍ଡି ଅଧିକାରୀ ବୈରାଗୀ ଚରଣ ଏକ୍କା ସଦଳବଳେ ଉକ୍ତ ସ୍ଥାନରେ ପହଂଚି ଟ୍ରାକ୍ଟରଟିକୁ ଜବତ କରିଥିବା ଜଣାପଡ଼ିଛି। ଏହା ସହିତ ବେଆଇନ ପରିବହନ କରୁଥିବା ଅଭିଯୋଗରେ ଏହାର ଚାଳକ ସତ୍ୟସୁନ୍ଦର ବାରିକଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଏନେଇ ଥାନା ପକ୍ଷରୁ ୩୦୦/୨୧ରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।