ଶାନ୍ତିସ୍ତୁପ ତରଫରୁ ୧୪ଜଣଙ୍କୁ ସ୍ୱୟଂସିଦ୍ଧା ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଆ ମାସିକ ଖବର କାଗଜ ଶାନ୍ତିସ୍ତୁପ ତରଫରୁ ୧୪ଜଣ ପ୍ରତିଭାଙ୍କୁ ସ୍ୱୟଂସିଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି । ଶାନ୍ତିସ୍ତୁପ ଖବର କାଗଜର ‘ଦୁର୍ଗାପୂଜା ସ୍ୱତନ୍ତ୍ର ସଂଖ୍ୟା ଉତ୍ସବ ଅବସରରେ ହୋଟେଲ ଏକ୍ସଲେନ୍ସି ଠାରେ ସନ୍ଧ୍ୟାରେ ଆୟୋଜିତ ମୁଁ ବି ସ୍ୱୟଂସିଦ୍ଧା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲୀ ଯୋଗଦେଇ ଶାନ୍ତିସ୍ତୁପର ଏତାଦୃଶ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ସମାଜରେ ନାରୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ଓ ଆଗାମୀ ଦିନରେ ରହିବ ମଧ୍ୟ । ପ୍ରତ୍ୟେକ ସଫଳ ପୁରୁଷ ପଛରେ ଜଣେ ନାରୀର ପ୍ରଚ୍ଛନ୍ନ ହାତ ରହିଥାଏ । ଏଥିପାଇଁ ନାରୀଜାତି ସବୁବେଳେ ବନ୍ଦନୀୟା ଓ ମହନୀୟା । ତେଣୁ ଏଭଳି ସ୍ୱୟଂସିଦ୍ଧା ସମ୍ମାନରେ ସମ୍ମାନିତ ହେଲେ ଅନେକ ଯୁବତୀ ଆଗାମୀ ଦିନରେ ସମାଜରେ ଭଲ କାମ କରିବା ପାଇଁ ପ୍ରେରଣା ଯୋଗାଇବ । ସମ୍ମାନିତ ଅତିଥି ଭାବେ ବିଜେଡ଼ିର ମୁଖପାତ୍ର ସୁଲତା ଦେଓ, ଶିକ୍ଷାବିତ୍ ରୋଜି ରଥ ଏବଂ ମୁଖ୍ୟ ଉପଦେଷ୍ଟା ସୁଚିସ୍ମିତା ପୃଷ୍ଟି ଯୋଗ ଦେଇ ନାରୀମାନେ ସମାଜରେ ନିଜକୁ ନିୟୋଜିତ କରି କିଛି ଭଲ କାମ କରିପାରିଲେ ଆଗାମୀ ଦିନରେ ଏହିଭଳି ସ୍ୱୟଂସିିଦ୍ଧା ସମ୍ମାନ ପାଇବା ପାଇଁ ହକ୍‌ଦାର ହୋଇପାରିବେ । ଶାନ୍ତିସ୍ତୁପର ସମ୍ପାଦକ ରଞ୍ଜନ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାଗ୍ୟଲକ୍ଷ୍ମୀ ମିଶ୍ର, ରଶ୍ମିତା ପାତ୍ର, ପ୍ରଜ୍ଞା ପାରମିତା ଜେନାମଣି, ଜୟଶ୍ରୀ ନାୟକ, ମଧୁସ୍ମିତା ନାୟକ, ସରସ୍ୱତୀ ମିଶ୍ର, ରେଖା ଚିନ୍ନାରା, ସ୍ମୃତିସ୍ୱେତା ଦାସ, କବିତା ମଞ୍ଜରୀ ପରିଡ଼ା, ଅନିମା କହଁର, ଅନୁସୂୟା ମାଝୀ, ବିଭାରାଣୀ ପାତ୍ର, ଦେବଯାନୀ ବୋଷ ଏବଂ ସୀମାଦ୍ରି ତନୟାଙ୍କୁ ଅତିଥିମାନେ ସ୍ୱୟଂସିଦ୍ଧା ସମ୍ମାନରେ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମକୁ ତାପସ ରଞ୍ଜନ ମଲ୍ଲିକ ଓ ବିଶ୍ୱଜିତ ସାମନ୍ତରାୟ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସ୍ୱେଚ୍ଛାସେବୀ, ସମାଜସେବୀ, ବୁଦ୍ଧିଜୀବୀ, ଯୁବକ ଯୁବତୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ