ମଧୁବୈଶ୍ୟ ସମାଜ’ପକ୍ଷରୁ ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲା ‘ମଧୁବୈଶ୍ୟ ସମାଜ’ ପକ୍ଷରୁ ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ଜୟନ୍ତୀ ସହରର ବାରବାଟୀଠାରେ ପାଳିତ ହୋଇଯାଇଛି । ଅଭିରାମ ସାହୁଙ୍କ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ବିଶ୍ୱନାଥ ସାହୁ ସଭାପତିତ୍ୱ କରିଥିଲେ । ସଙ୍ଗଠନର ସମ୍ପାଦକ ଯୋଗେନ୍ଦ୍ର ସାହୁ ଲକ୍ଷ୍ମୀନାରାୟଣ ସାହୁଙ୍କୁ ଜୀବନୀ ଓ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ବିମଳ ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଲକ୍ଷ୍ମୀନାରାୟଣ ସାହୁଙ୍କ ଜୀବନାଦର୍ଶ ଓ ବହୁବିଧ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ପାଦକ କୈଳାସ ଚନ୍ଦ୍ର ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନେ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସଙ୍ଗଠନର ଜିଲା ସମ୍ମିଳନୀ ଆସନ୍ତା ଡିସେମ୍ବର ମାସ ୧୪ ତାରିଖରେ ଆୟୋଜନ ପାଇଁ ଏହି କାର୍ଯ୍ୟକ୍ରମରେ ସିଦ୍ଧାନ୍ତ ନିଆଯାଇଥିଲା । ଅନୁଷ୍ଠାନର ଯୁବ ଶାଖା ସଭାପତି ଅଭିରାମ ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


