ଗଞ୍ଜାମ ମିଡିଆ ହାଉସ ଗଠିତ

ଗଞ୍ଜାମ, (ବିନୋଦ ପଲେଇ):ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଗଞ୍ଜାମ ଅଂଚଳରେ କାର୍ଯ୍ଯରତ ସାମ୍ବାଦିକ ମାନଙ୍କୁ ନେଇ ଏକ “ଗଂଜାମ ମିଡିଆ ହାଉସ” ଗଠିତ ହୋଇଯାଇଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ସ୍ବପ୍ନେଶ୍ବର ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ ସୁରଜିତ ବେହେରା ସଭାପତିତ୍ବ କରିଥିଲେ। ଦୁଇ ମହାନ ଆତ୍ମାଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ଯର୍ପଣ ସହ ଦୀପ ପ୍ରଜ୍ବଳନ ପରେ ବୈଠକ ଆରମ୍ଭ ହୋଇଥିଲା। ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ନେଇ ଆଲୋଚନା ହୋଇଥିଲା। ସାମ୍ବାଦିକ ମାନେ ଖବର ପରିବେଷଣ ସମୟରେ ଲୋକଙ୍କ ଆକ୍ରୋଶ ର ଶୀକାର ହେଉଛନ୍ତି। ଆର୍ଥିକ ସ୍ୱଚ୍ଛଳତା କାରଣରୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆବଶ୍ୟକତା ସମୟରେ ସମସ୍ତ ଙ୍କ ପରସ୍ପର ପ୍ରତି ସହଯୋଗୀ ମନୋଭାବ ରହିବା ଆବଶ୍ୟକ। ଏ ଦୃଷ୍ଟିରୁ ସମସ୍ତ ଙ୍କୁ ନେଇ ଗୋଟିଏ ପ୍ଲାଟଫର୍ମ ରେ ଚାଲିବା ଉଦ୍ଦେଶ୍ଯ ରେ ଏହି ମିଡିଆ ହାଉସ ଗଠନର ଲକ୍ଷ୍ଯ ରହିଛି। ଗଠନ ମୂଳକ କାର୍ଯ୍ୟକ୍ରମ, ସେବା, ସମର୍ପଣ, ନିରପେକ୍ଷ ସାମ୍ବାଦିକତା, ଭାଇଚାରା ଭାତୃତ୍ବ ଭାବ ନେଇ କାର୍ଯ୍ଯ କରିବ। ଗଞ୍ଜାମ ର ଐତିହ୍ଯ, ସଂସ୍କୃତି, ସ୍ଥାପତ୍ଯ ବିକାଶ ଦିଗରେ ପ୍ରମୁଖ ଭୂମିକା ନେବ। ଏହି ବୈଠକ ରେ ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ ଯୋଗଦେଇଥିଲେ। ସମାଜ ପରିବର୍ତ୍ତନରେ ସାମ୍ବାଦିକ ମାନଙ୍କ ପ୍ରମୁଖ ଭୂମିକା ରହୁଛି। ସାମ୍ବାଦିକତା ଏକ ପେସା ନୁହ, ବରଂ ସମାଜ ର ସେବା ବୋଲି କହିଥିଲେ। ଅନ୍ୟତମ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ଲଷ୍ମୀ ଚରଣ ପାଢ଼ୀ ଯୋଗଦେଇ କହିଲେ କଲମ ସର୍ବଦା ସମାଜ ହିତରେ କାର୍ଯ୍ଯ କରିବା ଉଚିତ। ଗଠନ ମୂଳକ ଖବର ପରିବେଷଣ ଦିଗରେ ଅଗ୍ରସର ହେବାଲାଗି ପରାମର୍ଶ ଦେଇଥିଲେ। ମିଡିଆ ହାଉସ ” ଲୋକଙ୍କ ଆସ୍ଥାଭାଜନ ହେବା ସହ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟକରିବା ପାଇଁ ଆହ୍ଵାନ କରିଥିଲେ । ଏହି ଅବସରରେ ସଂଘର ନୂତନ କମିଟି ଗଠନ କରାଯାଇଥିଲା। ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ ଉପଦେଷ୍ଟା(ଆଇନ ପରାମର୍ଶଦାତା) ସାମ୍ବାଦିକ ଲକ୍ଷ୍ମୀଚରଣ ପାଢ଼ୀ ଉପଦେଷ୍ଟା, ଦୁର୍ଗା ମାଧବ ପାଣିଗ୍ରାହୀ ସଭାପତି, ସୁଜିତ କୁମାର ବେହେରା ଉପ ସଭାପତି, ଶିବାନନ୍ଦ ପଲେଇ ସମ୍ପାଦକ ,ରାମଚନ୍ଦ୍ର ବେହେରା ସହ ସମ୍ପାଦକ, ମିଥୁନ କୁମାର ବାରିକ, କାର୍ଯ୍ୟାଳୟ ସମ୍ପାଦକ, ବସନ୍ତ କୁମାର ମହାରଣା ସାଂସ୍କୃତିକ ସମ୍ପାଦକ, ସୁଧୀର କୁମାର ନାହାକ ସଂଗଠନ ସମ୍ପାଦକ ଭାବେ ମନୋନୀତ ହୋଇଥିବା ବେଳେ କୋଷାଦକ୍ଷ ବିନୋଦ ଚନ୍ଦ୍ର ପଲେଇ, କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାହ୍ନୁ ଚରଣ ଜେନା, ପ୍ରଦୀପ କୁମାର ସାହୁ, ଲତିକା ବେହେରାଙ୍କୁ ମନୋନୀତ କରାଯାଇଛି। ଚଳିତ ମାସ ଶେଷ ସପ୍ତାହ ରେ ଗଞ୍ଜାମ ଠାରେ କାର୍ଯ୍ୟକାରିଣୀ ବୈଠକ ପାଇଁ ନିଷ୍ପତ୍ତି ନିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ