ଥମୁନି ଚୋରାମଦ କାରବାର
କୋଦଳା , (ଯୁଗାବ୍ଦ ନ୍ୟୁଜ) : ଦିନକୁ ଦିନ କୋଦଳାରେ ବୃଦ୍ଧି ପାଉଛି ବେଆଇନ ମଦ କାରବାର । ବାରମ୍ବାର କୋଦଳା ଅଞ୍ଚଳରେ ଅବକାରୀ ବିଭାଗ ଓ କୋଦଳା ପୋଲିସ ପକ୍ଷରୁ ବେଆଇନ ମଦ କାରବାର ଅଭିଯୋଗରେ ଚଢାଉ କରି ବହୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଥମୁନି ଚୋରା ମଦ କାରବାର । ତେବେ ବୁଧବାର ବେଆଇନ୍ ଚୋରା ମଦ କାରବାର ଅଭିଯୋଗରେ କୋଦଳା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୪ଜଣଙ୍କୁ ଗିରଫ କରାଯିବା ସହ ୫୫ ଲିଟର ମଦ ଜବତ କରାଯାଇଛି। ଖଲ୍ଲିକୋଟ ଓ ଛତ୍ରପୁର ଅବକାରୀ ବିଭାଗୀୟ ଅଧିକାରୀ ମାନେ ମିଳିତ ଭାବେ ଏହି ଚଢାଉ କରିଥିବା ବେଳେ କୋଦଳା ଏରଗୁଲା କ୍ୟାମ୍ପର ଏମ୍ ପୋସୀ, ଏମ୍ ରାଜା, ଅନ୍ନପୂର୍ଣ୍ଣା ରାଓ ଏବଂ ଏମ୍ ପ୍ରଭାତୀ ବେଆଇନ ମଦ କାରବାର ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଚଢାଉରେ ଛତ୍ରପୁର ଅବକାରୀ ନିରୀକ୍ଷକ ଦିପ୍ତିମୟୀ ସାହୁ, ପ୍ରିତିଧାରା ନାୟକ, ଖଲ୍ଲିକୋଟ ଅବକାରୀ ଅଧିକାରୀ ଉମାକାନ୍ତ ସ୍ୱାଇଁଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।


