ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନଙ୍କ ଦ୍ୱାରା ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆନ୍ଧ୍ର ସୀମାନ୍ତରେ ଥିବା ଗଙ୍ଗାବାଡ ଓ ମାଣିକପାଟଣା ବିବାଦୀୟ ଗ୍ରାମଗୁଡିକରେ ଗତ ୪ ଦିନ ଧରି ଚାଲିଥିବା ସ୍ମାର୍ଟ ହେଳ୍ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଶେଷ ହୋଇଛି । ଏ ନେଇ ଅଞ୍ଚଳବାସୀଙ୍କ ଠାରେ ଆନନ୍ଦର ଲହରି ଖେଳିଯାଇଛି । ଅମେଡା, ଡମ୍ବାଳ, ପୁତାର, ଲୋବା, କେରାଣ୍ଡି ଏବଂ ବିବାଦୀୟ ପଞ୍ଚାୟତ ଭାବେ ପରିଚିତ ଗଙ୍ଗାବାଡ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରାଯାଇଛି । କିଛି ଦିନ ପୂର୍ବେ ଆନ୍ଧ୍ର ମନ୍ତ୍ରୀ ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣା ଗସ୍ତ କରିଯାଇଥିବା ବେଳେ ଆଜି ଓଡିଶା ମନ୍ତ୍ରୀ ଯାଇ ହେଲ୍ଥ କାର୍ଡ ବାଣ୍ଟିଥିବାରୁ ଅଞ୍ଚବାସୀଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଗଙ୍ଗାବାଡ ପଞ୍ଚାୟତ ଓଡିଶା-ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବା ଏବଂ ଏଠାରେ ଦିନକୁ ଦିନ ଆନ୍ଧ୍ରର ଲଲୁପ ଦୃଷ୍ଟିକୁ ନେଇ ବହୁ ଚର୍ଚ୍ଚିତ ଓ ବିବାଦୀୟ ହୋଇପଡିଛି । ଏପରିକି ଏଠାକୁ ଆନ୍ଧ୍ରମନ୍ତ୍ରୀ ଆସି ଓଡିଶାର ପ୍ରଶାସନିକ ଅଧିକାରୀଙ୍କୁ ଅସମ୍ମାନ ଓ ଅପଶବ୍ଦ ଭାଷା ବ୍ୟବହାର କରିବାକୁ ମଧ୍ୟ ପଛାଇନଥିଲେ । ତେବେ ଏପରି ଏକ ସ୍ଥାନକୁ ଓଡିଶା ମନ୍ତ୍ରୀଙ୍କ ପାଦ ପଡିଥିବାରୁ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି । ଜଳସମ୍ପଦତ ମନ୍ତ୍ରୀ ରଘୁ ନନ୍ଦନ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଯୁବ ବ୍ୟାପାର ବୋର୍ଡର ସବାପତି ବିଜୟ କୁମାର ନାୟକ, ପିଏଆଇଟିଡିଏ ସରୋଜ କୁମାର ବେହେରା, ଡିଡବ୍ଲ୍ୟୁଓ ସନ୍ତୋଷ କୁମାର ରଥ, ବିଡିଓ ରାଜା ରଞ୍ଜିତ ପ୍ରତାପ ବଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର୍. ବିଜୟ କୁମାର, ଏବିଡିଓ ପିତାମ୍ବର ବେହେରା, ଅତିରିକ୍ତ ତହସିଲଦାର ଚିତ୍ତ ରଞ୍ଜନ ଦାସ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ବିଜେଡି ମହିଳା ସଭାନେତ୍ରୀ ପୂର୍ଣ୍ଣବାସୀ ନାୟକ, ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ସମେତ ସମସ୍ତ ପଞ୍ଚାୟତ ପ୍ରତିନିଧି, ପିଇଓ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସିଡିପିଓ ତେରେସ୍କୋଭା ମଲ୍ଲିକ ଏବଂ ବିପିଏମ୍ ଲତିକା ଦେବୀ ଉପସ୍ଥିତଥିଲେ ।