ଆନ୍ଧ୍ର ଓ ଓଡିଶା ମଧ୍ୟରେ ଚାଲିଥିବା ବିବାଦର ସ୍ଥାୟୀ ସମାଧାନ ପାଇଁ ପଦଯାତ୍ରା

ଛତ୍ରପୁର, (ଦେବଦତ୍ତ ମହାରଣା) :  ଓଡିଶା ଓ ଆନ୍ଧ୍ର ମଧ୍ୟରେ ଲାଗିରହିଥିବା ବିବାଦର ସ୍ଥାୟୀ ସମାଧାନ ନିମନ୍ତେ ଅକ୍ଟୋବର ୨  ଗାନ୍ଧୀ ଜୟନ୍ତି ଠାରୁ ଭୁବନେଶ୍ୱର ସ୍ଥିତ ନବୀନ ନିବାସ ଠାରୁ  ପଦଯାତ୍ରାରେ ବାହାରିଛନ୍ତି ରାଉରକେଲା ଅଂଚଳର ଯୁବକ ମୁକ୍ତି ରଞ୍ଜନ ବିଶ୍ୱାଳ । ଶୁକ୍ରବାର ତାଙ୍କୁ ଛତ୍ରପୁର କଲେଜ ଛକ ନିକଟରେ  ଆଇନଜିବୀ ନିତ୍ୟାନନ୍ଦ ମୁଦୁଲିଙ୍କ ସମେତ ଅଂଚଳବାସୀ ମାନେ ସ୍ୱାଗତ ସମ୍ବର୍ଧନା ପ୍ରଦାନ କରିଛନ୍ତି । ମୁକ୍ତି ଆନ୍ଧ୍ର ର ଅମରାବତୀ ଠାରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଂଚି ଆନ୍ଧ୍ର ଓ ଓଡିଶା ବାସୀଙ୍କ ମଧ୍ୟରେ ଭାତୃ ଭାବ ବଜାର ରଖିବା ପାଇଁ ଅନୁରୋଧ କରିବା ସହ ଦୁଇ ରାଜ୍ୟ ମଧ୍ୟରେ ଥିବା ବିବାଦର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବେ ବୋଲି ସୂଚନା ଦେଇଛନ୍ତି । ଆଜି ସେ ବ୍ରହ୍ମପୁର ରେ ବିଶ୍ରାମ ନେବା ପରେ କାଲି ପ୍ରଭାତରୁ ପୁଣି ତାଙ୍କ ପଦଯାତ୍ରା ଆରମ୍ଭ କରିବେ ବୋଲି ମୁକ୍ତି କହିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ