ଗ୍ରାମ୍ୟବ୍ୟାଙ୍କ କର୍ମଚାରୀଙ୍କ ସମସ୍ୟା ସମାଧାନ ହେଉ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଅଧକ୍ଷ, ’ମୋହନ ଏମ’ ଓ ଜେନେରାଲ ମ୍ୟାନେଜର “ଜଗନ୍ନାଥ ପ୍ରସାଦ ନାୟକ’ ମନମୁଖୀ ଭାବରେ ସବୁ ନିୟମକୁ ଜଳାଞ୍ଜଳି ଦେଇ କାମ କରୁଛନ୍ତି । ଏହା ଦ୍ୱାରା କର୍ମଚାରୀ ମାନଙ୍କ ଉପରେ ମାନସିକ ଚାପ ଓ ଅତ୍ୟାଚାର ଦିନକୁ ଦିନ ବଢି ଚାଲିଥିବାବେଳେ ବର୍ତର୍ମାନ ଏହା ସବୁ ସୀମା ଅତିକ୍ରମ କରିସାରିଲାଣି ଅଭିଯୋଗ ହୋଇଛି । ତେବେ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀମାନେ ନ୍ୟାୟ ପାଇବେତ? ସେମାନଙ୍କ ସମସ୍ୟା ସମାଧାନ ହେବ ତ ? ନା ପୁଣି ଆନ୍ଦୋଳନର ମୁଣ୍ଡ ଟେକିବ ଓ ଗ୍ରାହାକ ସେବା ବାଧାପ୍ରାପ୍ତ ହେବ ଏନେଇ ପ୍ରଶ୍ନ ଉଠିଛି । ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କ ସମସ୍ୟା ତୁରନ୍ତ ସମାଧାନ ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଗ୍ରାହାକ ଫୋରମ ଦାବି କରିଛି । ପ୍ରକାଶ ଥାଉକି, “ଆସୋସିଏସନ ଅଫ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ’ ୩ଦଫା ଦାବି ନେଇ ଗତ ୨୭ତାରିଖରେ ଗ୍ରାମ୍ୟବ୍ୟାଙ୍କ ମୁଖ୍ୟ କାର୍ଯ୍ୟଳୟ ସମ୍ମୁଖରେ ୫୦୦ରୁ ଉର୍ଦ୍ଧ କର୍ମଚାରୀଙ୍କୁ ସାମିଲ କରି ଧାରଣା ଦିଆଯାଇଥିଲା । ଅଭିଯୋଗ ଅନୁଯାୟୀ ଅଫିସରମାନଙ୍କୁ ପ୍ରମୋସନ୍ ସମୟରେ ଉପଯୁକ୍ତ ଟ୍ରେନିଂ ନଦେଇ ମ୍ୟାନେଜେର ଭାବେ ନିଯୁକ୍ତି ଦିଆଯାଉଛି ଏବଂ କାମରେ ଅବହେଳା ଦର୍ଶାଇ ସମ୍ପୃକ୍ତ ଅଫିସରଙ୍କୁ ପରେ ମାନସିକ ନିର୍ଯାତନା ଦିଆଯାଉଛି । ଏହାର ପ୍ରତିବାଦ କଲେ ଉପଯୁକ୍ତ ସମୟ ନଦେଇ, ତତକ୍ଷଣାତ ବଦଳି କରିଦିଆଯାଉଛି, ନଚେତ ସସ୍ପେଣ୍ଡର ଧମକ ଦିଆଯାଉଛି ବୋଲି କର୍ମଚାରମାନେ ଅଭିଯୋଗ କରିଛନ୍ତି । କର୍ମଚାରୀମାନେ କହିଛନ୍ତି ଯେ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ ଓ ଜେନେରାଲ ମ୍ୟାନେଜରଙ୍କ ଜୁଲମର ଶିକାର ହୋଇ ସଦ୍ୟ ଫୁଲନଖରା ଶାଖାର ଜଣେ ମହିଳା କର୍ମଚାରୀ ବାଧ୍ୟ ହୋଇ ଇସ୍ତଫା ଦେଇଛନ୍ତି । ଦିବାକର ସିଂହ ନାମକ ଜଣେ ଅଫିସରଙ୍କୁ କରୋନାରେ ପୀଡିତ ହୋଇ ଚିକିତ୍ସିତ ହେବା ସମୟରେ(ଅବସରଦିନ) ସବୁଜାଣି ମଧ୍ୟ ଚାର୍ଜସିଟ କରାଗଲା । ଚାର୍ଜସିଟ ତାଙ୍କର ପୁଅ ହାତରେ ପିତାଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା, ଏହାପାଇ ଦିବାକର ସିଂହ ଚିନ୍ତିତ ଓ ମର୍ମାହତ ହୋଇ ମୃତ୍ୟୁ ବରଣ କରିଥିଲେ । ଏହି ଚିନ୍ତାରେ ତାଙ୍କ ମାତାଙ୍କର ମଧ୍ୟ ମୃତ୍ୟୁ ହେବା ସହ ଶେଷରେ ପୁଅ ମଧ୍ୟ ମୃତ୍ୟୁବରଣ କଲେ । ନିକଟରେ ଗଣେଶ ପାଇକରାୟ ନାମକ ଜଣେ ଯୁବ ଅଫିସର ନିର୍ଯାତନା ସହିନପାରି ସେପ୍ଟେମ୍ବର ୧୬ତାରିଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେ ପ୍ରଥମେ କଟକ ବଡ ମେଡିକାଲ ଓ ପରେ ଆପୋଲୋ ହସ୍ପିଟାଲରେ ଦୀର୍ଘ ଦିନ ଜୀବନ ସହ ସଂଘର୍ଷ କରି ଚିକିତ୍ସିତ ହୋଇ ଫେରିଛନ୍ତି । ବ୍ୟାଙ୍କ ଚଳାଇବାପାଇଁ ଆବଶ୍ୟକୀୟ ମୌଳିକ ସୁବିଧାନଦେଇ, ଗ୍ରହକମାନଙ୍କୁ ଉପଯୁକ୍ତ ସେବା ଦେବାରୁ ବଂଚିତ କରାଇ, କର୍ମଚାରୀଙ୍କୁ ଗ୍ରାହକଙ୍କ ଅସନ୍ତୋଷର ଶିକାର ହେବାକୁ ବାଧ୍ୟ କରାଯାଉଛି । ବ୍ୟାଙ୍କକୁ ସୁଚାରୁରୂପେ ଚଳାଇବା ପାଇଁ ଇଛା ଶକ୍ତି ଏବଂ ଦକ୍ଷତାର ଅଭାବ, ଅଧିକାରୀ, କର୍ମଚାରୀ ଓ ଏହା ଉପେର ନିର୍ଭର କରୁଥିବା ତାଙ୍କର ପରିବାରବର୍ଗଙ୍କ ତଥା ବ୍ୟାଙ୍କ ଉପରେ ନିର୍ଭର କରୁଥିବା ଗ୍ରାହକଙ୍କ ମଙ୍ଗଳ ନିମନ୍ତେ, ବର୍ତର୍ମାନର ଅଧକ୍ଷ ଓ ଜେନେରାଲ ମ୍ୟାନେଜେରଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂତନ ଲୋକଙ୍କୁ ନିଯୁକ୍ତି ଦେବାପାଇଁ ଦାବି କରାଯାଉଅଛି । ଏଥିସହିତ ବ୍ୟାଙ୍କର ସ୍କେଲ ୪ ଅଧିକାରୀଙ୍କୁ ବ୍ୟାଙ୍କର ଜେନେରାଲ ମ୍ୟାନେଜେର ନିଯୁକ୍ତି ଦେବାପାଇଁ ଦାବି କରାଯାଇଛି । ଗ୍ରାମ୍ୟ ବ୍ୟାଙ୍କର ବ୍ୟବସାୟୀକ ମାନଦଣ୍ଡ ନଭୁଶୁଡ଼ୁ ଓ ଗ୍ରାହାକ ଠିକଣା ସେବା ପାଇଁ କର୍ମଚାରୀମାନଙ୍କ ସମସ୍ୟା ସମାଧାନ ପାଇଁ ଗ୍ରାହାକ ଫୋରମ ଦାବି କରିଛି ।


