ଭିତ୍ତିଭୂମି ଅନୁଧ୍ୟାନ କଲେ ଡିଏନବି ପ୍ରତିନିଧି

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଫକୀର ମୋହନ ଭେଷଜ ମହାବିଦ୍ୟାଳରେ ପିଜିଡିପ୍ଲୋମା ବିଭାଗ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଦିଲୀ ‘ଡିିପ୍ଲମେଟ ଅଫ ନ୍ୟାସନାଲ ବୋର୍ଡ଼’(ଡିଏନବି)ର ଜଣକିଆ ଟିମ ଶୁକ୍ରବାର ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଡିଏନବି ଟିମର ମୁଖ୍ୟ ପ୍ରଫେସର ଡାକ୍ତର ସୁରେଇ ମୁର୍ମୁ ଜିଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ଼ ବୁଲିବା ସହିତ ଏଠାକାର ଭିତ୍ତିଭୂମି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସବୁକିଛି ଠିକାଠାକ ଥିବା ବେଳେ ନୂଆ ବିଭାଗ ଖୋଲିବା ଓ ପ୍ରାକ୍ଟିକାଲ କ୍ଲାସ କରିବାରେ ଏଠି କୌଣସି ସମସ୍ୟା ହେବ ନାହିଁ ବୋଲି ଡିଏନବି ପ୍ରତିନିଧି ସୂଚନା ଦେଇଛନ୍ତି । ପରିଦର୍ଶନ ବେଳେ ଇଏନଟି ବିଭାଗ ମୁଖ୍ୟ ଡାକ୍ତର ଅନୀଲ କୁମାର ଦାଶଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ