ବିପଦର ବନ୍ଧୁ ସଙ୍ଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ବୁଗୁଡା, (ଅନିଲ ମହାରଣା):”ବିପଦର ବନ୍ଧୁ” (ଓଡ଼ିଶା) ତରଫରୁ ଚିନ୍ମୟ ଦଳାଇଙ୍କ ବାପାଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅକ୍ଟୋବର ୯ ତାରିଖ ପବିତ୍ର ଉତ୍କଳମଣୀ ଗୋପବନ୍ଧୁଙ୍କ ଜୟନ୍ତୀ ଦିବସରେ ଅନୁଷ୍ଠିତ ହୋଇଯାଇଛି। ବିପଦର ବନ୍ଧୁ (ଓଡ଼ିଶା) ଅନୁଷ୍ଠାନର କର୍ମକର୍ତ୍ତା ମାନେ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲ ପାଦଦେଶରେ ଥିବା ଦିବ୍ୟ ଦର୍ଶନ ଜରାଶ୍ରମରେ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଥିଲା। ତତ୍ପରେ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ପାଉରୁଟି, କଦଳୀ,ଆପୋଲ, ବିସ୍କୁଟ ପ୍ରଭୃତି ଥିବା ପ୍ୟାକେଟ ବଣ୍ଟନ କରା ଯାଇଥିଲା। ସେହିପରି ବାଲିପଦର ଲୁଇସ୍ ବ୍ରେଲି ଆନ୍ତର୍ଜାତିକ ଦୃଷ୍ଟିହୀନ ସଂଗଠନ ସ୍କୁଲରେ ମଧ୍ୟ ଭିନ୍ନକ୍ଷମ ମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ମଧ୍ୟ ରୋଗୀଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଥିଲା। ବିପଦର ବନ୍ଧୁ (ଓଡ଼ିଶା) ଅନୁଷ୍ଠାନର ଗୌରହରୀ ପଲାଇ, ସଙ୍ଗୀତ ନିର୍ଦ୍ଦେଶକ ତଥା ଅଭିନେତା ରାଇରଞ୍ଜନ ନନ୍ଦ, ସଙ୍ଗୀତ ନିର୍ମାତା ମାଧବ ମହାରଣା, ଉପସ୍ଥାପକ ତଥା ଯୁବକବି ଶିବାନନ୍ଦ ବାରିକ୍, ମିଟୁ ଗୌଡ଼, ରାଜେଶ ଡାକୁଆ, ମଙ୍ଗୁଳୁ ଗୌଡ଼, ହୀନ ପ୍ରଧାନ, ବ୍ରହ୍ମାନନ୍ଦ ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ