ମିଲଟ ମିଶନ ମାଧ୍ୟମରେ
ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ପାରଳାଖେମୁଣ୍ଡି କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗଙ୍କ ସହାୟତାରେ ଓଡିଶା ମିଲେଟ ମିଶନ ଜରିଆରେ କ୍ଷୁଦ୍ର ଶସ୍ୟ ଜାତୀୟ ଖାଦ୍ୟ ପଦାର୍ଥ ତିଆରି କରିବା ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ‘ୱାସନ’ ସଂସ୍ଥାର ସବନମ ଆଫ୍ରି ଯୋଗ ଦେଇ ଜିଲ୍ଲାର ବିଭିନ୍ନ ଏସ୍ଏଚ୍ଜି ସଦସ୍ୟାମାନଙ୍କୁ ମାଣ୍ଡିଆ, ସୁଆଁସ କାଙ୍ଗୁ, ଇତ୍ୟାଦିରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତି କରିବା ପାଇଁ ପ୍ରଶିକ୍ଷଣ ଦେଇଥିଲେ । ବିଶେଷ କରି ମାଣ୍ଡିଆରୁ ମାଣ୍ଡିଆ କାକରା ପିଠା, ମାଣ୍ଡିଆ ଚୁର୍ମା ଲଡୁ, ମାଣ୍ଡିଆ ସୁପ ଏବଂ ସୁଆଁ ମଣ୍ଡା ଆଦି କିପରି ନିଜ ନିଜ ଘରେ ତିଆରି କରିବେ ସେ ନେଇ ମାଣ୍ଡିଆ, ସୁଆଁ, କାଙ୍ଗୁରେ କିପରି ବିଭିନ୍ନ ବ୍ୟଞ୍ଜନ ତିଆରି କରିବେ ସେନେଇ ପ୍ରସ୍ତୁତି ପ୍ରଣାଳୀ କରି ଦେଖାଇଥିଲେ । ଏହିକାର୍ଯ୍ୟକ୍ରମରେ ଓଡିଶା ମିଲେଟ ମିସନରେ ସମ୍ପୃକ୍ତ ବ୍ଲକର ସ୍ୱେଚ୍ଚାସେବୀ ସଂଘଟନର କର୍ମକର୍ତ୍ତାମାନେ ମଧ୍ୟ ଯୋଗଦେଇଥିଲେ । ଏହି ସ୍ୱେଚ୍ଚାସେବୀ ସଂସ୍ଥା ଗୁଡିକହଲେ ଆର୍.ଉଦୟଗିରିର ସୁରକ୍ଷା ଏନ୍ଜିଓର ସମ୍ପାଦକ ଏସ୍. ଭେଙ୍କଟ,ଭାର୍ଗବ ରେଡ୍ଡୀ, ବିଘ୍ନରାଜ ପଣ୍ଡା, ଗୁମ୍ମା ବ୍ଲକର ସିସିଡି ଏନ୍ଜିଓର ସଂଯୋଜକ ପ୍ରଦୀପ ଗମାଙ୍ଗ, ରାୟଗଡ ବ୍ଲକର ଏସ୍ଡବ୍ଲ୍ୟୁଡବ୍ଲ୍ୟଏସ୍ ସଂସ୍ଥାର ବିବେକାନନ୍ଦ ରାଉତ, ମୋହନା ବ୍ଲକର ସକାଳ ଏନ୍ଜିଓର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।