୨ ଜୁଆ ଆଡା ଚଢଉ : ୧୨ ଗିରଫ, ୪୪ ହଜାର ୮ ଶହ ଟଙ୍କା ଜବତ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ଥାନା ଅନ୍ତର୍ଗତ ଦୁଇ ଗୋଟି ଜୁଆ ଆଡା ଉପରେ ଚଢଉ ହୋଇଛି । ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ରାଜପୁର ଓ କରାତଳି ଗ୍ରାମରେ ଚାଲିଥିବା ଜୁଆ ଆଡା ଉପରେ ଚଢଉ ହୋଇଥିଲା । ରାଜପୁର ଗ୍ରାମରେ ଚାଲିଥିବା ଜୁଆ ଆଡାରୁ ୬ ଜଣ ଜୁଆଡି ଗିରଫ କରାଯାଇଥିବା ବେଳେ ୧୯ ହଜାର ୫୦୦ ଟଙ୍କା ଏବଂ କରାତଳି ଗ୍ରାମର ଜୁଆ ଆଡାରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୫ ହଜାର ୩୦୦ ଟଙ୍କା ଜବତ କରାଯାଇଛି । ଏହି ଚଢଉରେ ସବଇନିସପେକ୍ଟର ସତ୍ୟଜିତ ବେଣିଆ ଓ ସିଲୁ ଧଳ ପ୍ରମୁଖ ସାମିଲ ଥିଲେ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।


