ରାଇରଙ୍ଗପୁରରେ ୮୭ ଜଣ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପଦୋନ୍ନତି

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ରାଇରଙ୍ଗପୂରରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରୁ ଲେଭେଲ ୪ ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ-୩୪ ଜଣ, ଲେଭେଲ ୫-ବିଜ୍ଞାନ ଗ୍ରାଜୁଏଟ ଶିକ୍ଷକଶିକ୍ଷୟତ୍ରୀ-୧୬ ଜଣ ଏବଂ ଲେଭେଲ ୫- କଳାର ଗ୍ରାଜୁଏଟ ଶିକ୍ଷକ/ଶିକ୍ଷୟତ୍ରୀ ୩୭ଜଣଙ୍କୁ ପଦୋନ୍ନତି ହୋଇଛନ୍ତି । ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ମହାଳିକ ସମସ୍ତ ପଦୋନ୍ନତି ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ କାଉନସେଲିଂ କରି ନୂତନ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୋଗଦାନ କରିବା ନିମନ୍ତେ ତାଙ୍କୁ ଯୋଗଦାନ କାର୍ଯ୍ଯପତ୍ର ପ୍ରଦାନ କରିବା ସହ ସହିତ ସେମାନଙ୍କୁ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟରେ ତାଙ୍କୁ କାର୍ଯ୍ୟାଲୟର କର୍ମ କର୍ତ୍ତା ଏବିଇଓ କାର୍ତ୍ତିକ କରୂଆ,ଏମଡିଏମ ଡିପିଓ ଗଗନ ବିହାରୀ ବରାଳ ଏବଂ ଆକାଉଣ୍ଟାଣ୍ଟ ରଞ୍ଜନ କୁମାର ବେହେରା ସହଯୋଗ କରିଥିଲେ । ଉକ୍ତ କାର୍ଯ୍ଯକ୍ରମକୁ ନେଇ ଶିକ୍ଷକ ମହଲରେ ଖୁସିର ବାତାବରଣ ସୃଷ୍ଟି ହେଇଛି।ଶିକ୍ଷକ /ଶିକ୍ଷୟତ୍ରୀମାନେ ନିଜର ଦାୟିତ୍ବକୁ ସୁଚାରୁରୂପେ ତୁଲାଇବା ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ