ଛତ୍ରପୁର ନିର୍ବାଚନମଣ୍ଡଳୀ ପକ୍ଷରୁ ନବୀନ ପଟ୍ଟନାୟକଙ୍କ ଜନ୍ମଦବିସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା) : ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଛତ୍ରପୁର ନିର୍ବାଚନମଣ୍ଡଳୀର ଦଳୀୟନେତା ଓ କର୍ମୀ ସମୁହ ଶନିବାର ସ୍ଥାନୀୟ ଗୌରୀ ଶଙ୍କର କଲ୍ୟାଣ ମନ୍ଦିର ଠାରେ ମୁଖ୍ୟମନ୍ତ୍ରୀଙ୍କ ଶୁଭକାମନା କରି ଦୀପ ପ୍ରଜ୍ଜଳନ କରିଥିଲେ । ପରେ ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା ପରିସରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ରଘୁନାଥ ସାହୁ, ବି. ସୁଦାମ ଓ ଭଗବାନ ବେହେରା, ପୂର୍ବତନ ସାଂସଦ ପ୍ରତିନିଧି ଜି.ପାପା ରାଓ ଓ ସୁଧିର ପାଢୀ, ପୂର୍ବତନ କାଉନସିଲର ବି.ରାଜୁ ବାବୁ , କିଶୋର ଚନ୍ଦ୍ର ସେନାପତି, ରାଜେଶ କୁମାର ସାହୁ ଓ ବାଦଲ କୁମାର ପାଣ୍ଡି, ଛାତ୍ର ବିଜୁ ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଉପସଭାପତି ଲିଙ୍ଗରାଜ ମହାପାତ୍ର , ସମ୍ପାଦକ ନାଗେଶ୍ୱର ରାଓ, ଯୁବନେତା ଅଟଳ ବିହାରୀ ପଟ୍ଟନାୟକ, ପୂର୍ବତନ ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସି ପ୍ରଧାନ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଶ କୁମାର ବେହେରା, ବିଜୁ ଆଇନ ସାମ୍ମୁଖ୍ୟର ଆବାହକ ମନୋଜ କୁମାର ପାଢି, ସଭାପତି ସୁରେଶ କୁମାର ପଣ୍ଡା, ଉପସଭାପତି ସିମାଞ୍ଚଳ ମହାପାତ୍ର, ସମ୍ପାଦକ ଏଲ.ଗୋପାଲ ରାଓ, କଣମଣା ସରପଞ୍ଚ ଏସ. ଚକ୍ରପାଣି ରେଡ୍ଡୀ, ସମିତି ସଭ୍ୟା ରଶ୍ମିତା ବେହେରା, ବଡମାଧପୁର ସରପଞ୍ଚ ଶରତ ଖୁଣ୍ଟିଆ,ସମିତି ସଭ୍ୟ ଏନ.କ୍ରିଷ୍ଣା ରେଡ୍ଡି, ନରେନ୍ଦ୍ରପୁର ସରପଞ୍ଚ ବାବୁଲା କୁମାର ବେହେରା,ପୁର୍ବତନ ସରପଞ୍ଚ ପ୍ରଦିଆ ଦାସ, ପୁର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ ଓ ଗଗନ ବେହେରା, ସୁକାନ୍ତ ନାହାକ, ବି.ଚନ୍ଦ୍ରମଣି ପାତ୍ର, ଶ୍ରୀକାନ୍ତ ମହାନ୍ତି , ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରବିନ୍ଦ୍ରନାଥ ପଣ୍ଡା, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ଜିଲ୍ଲା ସମ୍ପାଦକ ଶମ୍ଭୁନାଥ ସ୍ୱାଇଁ, ଯୁବନେତା ଅକ୍ଷୟ କୁମାର ସ୍ୱାଇଁ, ନିବାସୀ ଗୌଡ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, କାଳିପ୍ରସାଦ ଦାଶ ଓ ଡମିନାଥ ସାହୁଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ଆଗଧାଡିର ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ